ପୌର ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ

ରାଜ୍ୟରେ ଶେଷ ହୋଇଛି ପୌର ନିର୍ବାଚନ ଲାଗି ମତଦାନ । ପଞ୍ଚାୟତ ନିର୍ବାଚନ ଅପେକ୍ଷା ପୌର ନିର୍ବାଚନରେ କମିଛି ଭୋଟ ପ୍ରତିଶତ । ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ତେବେ ରାଜଧାନୀରେ ସଚେତନ ଓ ଶିକ୍ଷିତ ଭୋଟର ଥାଇ ବି କାହିଁକି କମୁଛି ମତଦାନ ହାର, ତାହା ଏବେ ସବୁଠୁ ବଡ ପ୍ରଶ୍ନ ଉଠିଛି ।

ସେପଟେ ରାଜ୍ୟରେ ଆଜି ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ସକାଳ ୮ଟା ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଜାରି ରହିଥିଲା ।

ତେବେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ସେତେଟା ହିଂସା ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଛି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍ ଗ୍ରହଣ ହୋଇଛି ।

Related Posts