ଦିଲ୍ଲୀର ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ପାଖାପାଖି ୨ଟା ବେଳେ ଅଚାନକ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପ୍ରାୟ ସାଢେ ୩ ବେଳକୁ ନିଆଁ ଆୟତ୍ତ ହୋଇଥିବା ବେଳେ କାଠରେ ନିର୍ମିତ ମଣ୍ଡପଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସେପଟେ ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି। ତେବେ ଦମକଳ ବିଭାଗ କର୍ମଚାରୀ ଏହାକୁ ମାମୁଲି ବୋଲି କହିଛନ୍ତି। ପ୍ରାଥମିକ ଉପଚାର ପରେ ଆହତ ବ୍ୟକ୍ତିଙ୍କୁ ଛାଡି ଦିଆଯାଇଛି।

ନିଆଁ ଲାଗିବାର କାରଣ ଜଣା ପଡି ନାହିଁ। ତେବେ ନିଆଁ ଲାଗିବା ସୂଚନା ପାଇ ୧୨ଟି ଦମକଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅନ୍ୟପଟେ ତେବେ ବିବାହ ମଣ୍ଡପ କାଠରେ ନିର୍ମିତ ହୋଇଥିବାରୁ ପବନ ଯୋଗୁ ଜୋରରେ ଜଳିବାକୁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ଆକାଶରେ ବେଶ ଉଚ୍ଚ ପର୍ୟ୍ୟନ୍ତ କଳା ଧୂଆଁ ଉଠୁଥିବା ଦୃଶ୍ୟ ଦୂରକୁ ଦେଖାଯାଉଥିଲା। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts