ପୌର ନିର୍ବାଚନ: କଣ୍ଟାବାଞ୍ଜି ୱାର୍ଡ ନଂ ୧୪ ଓ ୧୫ର ଝାଙ୍କାରପଡା ବୁଥ୍‌ରେ ଉତ୍ତେଜନା, ବିଜେଡି କାଉନସିଲର ପ୍ରାର୍ଥୀ ପିଙ୍କି ଖର୍ସେଲଙ୍କ ସହ ଆଉ ଜଣେ ଆହତ

ରାଜ୍ୟରେ ଆଜି ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ 8ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, କଣ୍ଟାବାଞ୍ଜି ୱାର୍ଡ ନଂ ୧୪ ଓ ୧୫ର ଝାଙ୍କାରପଡା ବୁଥ୍‌ରେ ଉତ୍ତେଜନା ଦେଖିବାକୁ ମିଳୁଚି । କଂଗ୍ରେସ ଓ ବିଜେଡ଼ିକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୨ ଆହତ ହୋଇଛନ୍ତି । ବିଜେଡି କାଉନସିଲର ପ୍ରାର୍ଥୀ ପିଙ୍କି ଖର୍ସେଲଙ୍କ ସହ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ, ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି ନିର୍ବାଚନୀ ହିଂସାକାଣ୍ଡ । ୯ ନଂ ୱାର୍ଡର ୧୬ ନଂ ବୁଥରେ ଛୁରାମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସେହିପରି ଝାରପଡ଼ା ସ୍ଥିତ ୩୨ ନମ୍ବର ୱାର୍ଡର ୩୩୮ ନମ୍ବର ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନାଅନୁସାରେ, ବିଜୁ ଜନତାଦଳ ତରଫରୁ ୩୩୮ ନମ୍ବର ବୁଥର ପୋଲିଂ ଏଜେଣ୍ଟ ବିଜେପିର କର୍ପୋରେଟ ପ୍ରାର୍ଥୀ ପ୍ରଭାତ କୁମାର ମାର୍ଥାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ବିଜେପିର କର୍ପୋରେଟ ପ୍ରାର୍ଥୀ ପ୍ରଭାତ କୁମାର ମାର୍ଥା ପୋଲିଂ ଏଜେଣ୍ଟକୁ ଧମକଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି ୩୩୮ନମ୍ବର ବୁଥର ପୋଲିଂ ଏଜେଣ୍ଟ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିବା ଜଣାପଡିଛି ।

Related Posts