ନୋରା ଫତେହିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ତ୍ରିରଙ୍ଗା ପତକାକୁ କଲେ ଅପମାନ

ମୁମ୍ବାଇ: ବଲିଉଡର ଡ୍ୟାନ୍ସିଂ ଡିଭା ନୋରା ଫତେହି ଏବେ ବେଶ୍ ଚର୍ଚ୍ଚାରେ । ନିଜ ଗ୍ଲାମରସ୍ ଲୁକ୍‌କୁ ନେଇ ଦେଶ ତଥା ବିଦେଶରେ ପ୍ରଶଂସା ସାଉଁଟୁଥିବା ବେଳେ ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ଦିୱାନା କରନ୍ତି। ନୋରାଙ୍କ ଏହି ପପୁଲାରିଟି ଯୋଗୁଁ ସେ କତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ରେ ପର୍‌ଫର୍ମ କରିବାର ସୁଯୋଗ ପାଇଥିଲେ। ଫିଫା ବିଶ୍ୱକପର ଫ୍ୟାନ୍ ଫେଷ୍ଟିଭାଲରେ ନୋରା ଏକ ଜବରଦସ୍ତ ଡ୍ୟାନ୍ସ ପରିବେଷଣ କରିଥିଲେ। ମଞ୍ଚ ଉପରେ ହାତରେ ତ୍ରିରଙ୍ଗା ଧରି ନୋରା ଜୟ ହିନ୍ଦ ସ୍ଲୋଗାନ ମଧ୍ୟ ଦେଇଥିଲେ। କିନ୍ତୁ ଏହି ସମୟରେ ଏକ ବଡ ଭୁଲ କରି ବସିଥିଲେ ନୋର। ଏଥିପାଇଁ ସେ ଏବେ ଚାରିଆଡୁ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

ଫିଫା ୱାର୍ଲ୍ଡକପ୍‌ରେ ନୋରା ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ନୋରା ଜାତୀୟ ପତକାକୁ ଅପମାନ କରିଥିବା କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନେରା ଖଚାଖଚ ଭିଡରେ ଭର୍ତ୍ତି ଷ୍ଟାଡିଅମର ଏକ ମଞ୍ଚ ଉପରେ ଠିଆ ହୋଇ ଜୟ ହିନ୍ଦର ନାରା ଲଗାଉଛନ୍ତି।

ସେ କହୁଛନ୍ତି ଭାରତ ହୁଏତ ଫିଫା ବିଶ୍ୱକପରେ ନଥାଇପାରେ, କିନ୍ତୁ ଆମେ ଏହି ଉତ୍ସବର ଏକ ଅଂଶ। ଆମ ସଙ୍ଗୀତରୁ, ନୃତ୍ୟରୁ ଭାରତ ଏଠାରେ ଉପସ୍ଥିତ। ସେଠାରେ ଉପସ୍ଥିତ ଲୋକମାନେ ନୋରାଙ୍କ ଏହି କଥା ଶୁଣିବା ପରେ ଉତ୍ସାହିତ ହୋଇପଡୁଛନ୍ତି। ନୋରାଙ୍କ ସହ ମିଶି ଦର୍ଶକମାନେ ମଧ୍ୟ ଜୟ ହିନ୍ଦ ନାରା ଲଗାଉଛନ୍ତି। ପୂରା ଷ୍ଟାଡିୟମ ଭାରତ ଭାରତ ସ୍ଲୋଗାନରେ କମ୍ପି ଉଠୁଛି।

ତେବେ ଏହି ସମୟରେ ନୋରା ତ୍ରିରଙ୍ଗା ପତକାକୁ ଭୁଲ ଢ଼ଙ୍ଗରେ ଧରିବା ଏବଂ ଏହାକୁ ଲହରାଇବା ଓ ଏହାକୁ ଅପମାନିତ କରିବା ନେଇ ଅଭିଯୋଗ ହୋଇଛି। ସର୍ବପ୍ରଥମେ ନୋରାଙ୍କୁ ମଞ୍ଚ ଉପରକୁ ତ୍ରିରଙ୍ଗା ପତକା ଫିଙ୍ଗାଯାଇ ଦିଆଯାଇଥିଲା। ଏହାପରେ ତଳେ ପଡିଥିବା ତ୍ରିରଙ୍ଗାକୁ ଉଠାଇ ନୋରା ଏହାକୁ ଏକ ସ୍କାର୍ଫ ଭଳି ବୁଲାଇଥିଲେ। ଏହାପରେ ସେ ତ୍ରିରଙ୍ଗା ପତାକାକୁ ଓଲଟା ଉଡାଇ ଥିଲେ। କେବଳ ସେତିକି ନୁହେଁ ନିଜ ଦେହରେ ଜାତୀୟ ପତକାକୁ ଓଢ଼ଣୀ ଭଳି ଗୁଡାଇ ଥିଲେ। ଯେଉଁଭଳି ଭାବେ ନୋରା ମଞ୍ଚ ଉପରୁ ତ୍ରିରଙ୍ଗା ପତକାକୁ ତଳେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଫେରାଇଥିଲେ, ତାକୁ ନେଇ ମଧ୍ୟ ଲୋକେ ତାଙ୍କୁ ଟାର୍ଗେଟ୍ କରିଛନ୍ତି।

ନୋରାଙ୍କ ଜାତୀୟ ପତକାକୁ ଅପମାନ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଅନେକ ସୋଶାଲ ମିଡିଆ ୟୁଜର୍ସ ଟ୍ରୋଲ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ସେପଟେ ଏହି ଟ୍ରୋଲିଂକୁ ନେଇ ନୋରାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ

Related Posts