ଔପଚାରିକ ଭାବେ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କଲା ଭାରତ: ୧ ବର୍ଷ ପାଇଁ ରହିବ ପଦରେ

ନୂଆଦିଲ୍ଲୀ: ଔପଚାରିକ ଭାବେ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି ଭାରତ । ଫଳରେ ଆସନ୍ତା ୧ ବର୍ଷ ପାଇଁ ଭାରତ ଏହି ପଦରେ ରହିବ। ଏଥିଲାଗି ଆଜି ଦେଶର ୧୦୦ଟି ସ୍ମାରକୀରେ ଜି-୨୦ର ଲୋଗୋ ଆଲୋକମାଳାରେ ପ୍ରଦର୍ଶିତ ହେବ। ଜାତୀୟ ପତାକା ରଙ୍ଗରେ ସଜ୍ଜିତ ଜି-୨୦ ଚିହ୍ନ ତଳେ ଦେବନାଗରୀ ଅକ୍ଷରରେ ଭାରତ ଲେଖାଯିବ।

ଚିହ୍ନ ପାର୍ଶ୍ୱରେ ପୃଥିବୀର ଚିତ୍ର ପଦ୍ମ ଆକାରରେ ରହିବ। ଚଳିତ ଥର ଜି-୨୦ର ଶୀର୍ଷକ ରହିଛି ‘ବସୁଧୈବ କୁଟୁମ୍ବକମ୍‌‌’। ଭାରତ ଜି-୨୦ର ଅଧ୍ୟକ୍ଷ ରହିବା ସମୟରେ ଦେଶର ବିଭିନ୍ନ ସ୍ଥାନରେ ୩୨ଟି କ୍ଷେତ୍ରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ।

ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା ବିଶ୍ୱରେ ଭାରତର ବାର୍ତ୍ତାକୁ ପହଞ୍ଚେଇବାରେ ସହାୟକ ହେବ। ଏଥିଲାଗି ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରାୟ ୨୦୦ଟି ବୈଠକ ହେବ। ଜି-୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ପ୍ରମୁଖ ଫୋରମ୍‌। ଆସନ୍ତା ୨୦୨୩ ସେପ୍ଟେମ୍ବରରେ ଜି-୨୦ ଦୁଇ ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀ ଦେଶର ସର୍ବବୃହତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେବ ବୋଲି ଜାଣିବାକୁ ମିଳିଛି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ବିଶାଳ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜି-୨୦ ଶିଖର ବୈଠକ ପୂର୍ବରୁ ଦେଶର ୫୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ

Related Posts