ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ଗରିମା ହଜାରିକାଙ୍କ ପରଲୋକ

ଗୌହାଟୀ: ଆଖି ବୁଜିଲେ ଆସାମର ବିଖ୍ୟାତ ନୃତ୍ୟଶିଳ୍ପୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ଗରିମା ହଜାରିକା । ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ହଜାରିକା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତରେ ଥିଲେ। ମୃତ୍ୟୁ ବେଳେକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ମୃତ୍ୟୁ ଶଯ୍ୟା ନିକଟରେ ହଜାରିକାଙ୍କ ପୁଅ, ବୋହୂ ଏବଂ ନାତୁଣୀ ଥିଲେ । ଗରିମା ହଜରିକାଙ୍କ ସ୍ୱାମୀ କୃଷ୍ଣମୂର୍ତ୍ତି ହଜାରିକା ମଧ୍ୟ ବିଖ୍ୟାତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ। ଗରିମା ହଜାରକା ଓଡିଶୀ ଏବଂ କଥକ ନୃତ୍ୟରେ କୁଶଳ ଥିଲେ।

ଶାସ୍ତ୍ରୀୟ ନୃତ୍ୟ ପରମ୍ପରା ଅନୁସାରେ ସତ୍ତ୍ରିୟା ନୃତ୍ୟ ବିଧି ପ୍ରଥମେ ସତ୍ତ୍ରା ଅବା ବୈଷ୍ଣବ ମଠ ଯାଏଁ ସୀମିତ ଥିଲା ଏବଂ ପୁରୁଷଙ୍କ ଦ୍ୱାରା ଏହି ନୃତ୍ୟର ଅଭ୍ୟାସ କରାଯାଉଥିଲା । ହଜାରିକା ନୃତ୍ୟର ଏହି ପରମ୍ପରାକୁ ଦୁନିଆରେ ପହଞ୍ଚାଇଥିଲେ ଏବଂ ମହିଳାଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲେ। ସେ ଏହାକୁ ମଞ୍ଚ ଉପରେ ପ୍ରଦର୍ଶନ କରିବା ପାଇଁ ପ୍ରଶିକ୍ଷିତ ନେବା ଲାଗି ମହାନ ବିଦ୍ୱାନ ମହେଶ୍ୱର ନିଓଗଙ୍କ ସାହାର୍ଯ୍ୟରେ ଅକଥ ପ୍ରସାୟ କରିଥିଲେ। ମଞ୍ଚ ପାଇଁ ଅଧିକ ଉପଯୁକ୍ତ ଭାବେ ସତ୍ତ୍ରିୟା ନୃତ୍ୟ ପାଇଁ ବେଷଭୂଷା ଡିଜାଇନ କରିବା ପାଇଁ ହଜାରିକାଙ୍କୁ ଶ୍ରେୟ ଦିଆଯାଉଛି ।

ହଦାରିକାଙ୍କ ନିଧନରେ ଶୋକ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ରାଜ୍ୟ ଜଣେ ପ୍ରମୁଖ ସାଂସ୍କୃତିକ ବ୍ୟକ୍ତିତ୍ୱକୁ ହରାଇଛି ।

Related Posts