ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଭାରତକୁ ସ୍ଵର୍ଣ୍ଣ ଦେଲେ ବଜରଙ୍ଗ ପୁନିଆ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛନ୍ତି ଭାରତୀୟ କ୍ରୀଡାବିତ୍ । ଭାରତର ବିଜୟ ଅଭିଯାନ ଜାରି ରହିଥିବା ବେଳେ, ଭାରତକୁ ମିଳିଛି ସପ୍ତମ ସ୍ଵର୍ଣ୍ଣ। ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଭାରତକୁ ଏହି ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ସେ କାନାଡାର ଲଛଲନ ମ୍ୟାକଗିଲଙ୍କୁ ହରାଇ କ୍ରମାଗତ ଦ୍ଵିତୀୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ବଜରଙ୍ଗ ଇଂଲଣ୍ଡର ଜର୍ଜ ରାମକୁ ୧୦-୦ରେ ହରାଇ ସହଜ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ ।

Related Posts