ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୨.୫ କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ପରିବାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିନ୍ଦୁ ମନ୍ଦିର ପାଇଁ ଏକ ମୁସଲମାନ ପରିବାର ୨.୫ କୋଟି ଟଙ୍କାର ଜମି ଦାନ କରିଥିବାର କଥା ସାମ୍ନାକୁ ଆସିଛି । ଏପରି କରି ବିହାରରେ ରହୁଥିବା ମୁସଲମାନ ପରିବାର ଭାଇଚାରାର ଏକ ଅନନ୍ୟ ଉଦାହରଣ ସାଜିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିଛି । ତେବେ ବିହାରର ପୂର୍ବ ଚମ୍ପାରନ୍ ଜିଲ୍ଲାର କୌଥୱାଲିଆ ଅଞ୍ଚଳରେ ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର-ବିରାଟ ରାମାୟଣ ମଣ୍ଡଳ ନିର୍ମାଣ ପାଇଁ ଏକ ମୁସଲମାନ ପରିବାର ୨.୫ କୋଟି ଟଙ୍କାର ଜମି ଦାନ କରିଛନ୍ତି। ଏହି ଜମି ଦାନ କରିଥିବା ବ୍ୟକ୍ତି ଇଶ୍ଟିଆକ୍ ଅହମ୍ମଦ ଖାନ୍ । ଗୌହାଟିରେ ଅବସ୍ଥିତ ପୂର୍ବ ଚମ୍ପାରାନର ସେ ଜଣେ ବ୍ୟବସାୟୀ ଅଟନ୍ତି । ଏହି ପ୍ରକଳ୍ପ ଗ୍ରହଣ କରିଥିବା ପାଟନା ସ୍ଥିତ ମହାବୀର ମାଣ୍ଡିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର କୁନାଲ କହିଛନ୍ତି ଯେ, ସେ କେଶରିଆର ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମନ୍ଦିର ନିର୍ମାଣ ପାଇଁ ତାଙ୍କ ପରିବାରର ଜମି ଦାନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାନ ଏବଂ ତାଙ୍କ ପରିବାରର ଦାନ ଦୁଇ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ସୈହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉତ୍ତମ ଉଦାହରଣ ଅଟେ । ମୁସଲମାନମାନଙ୍କ ସାହାଯ୍ୟ ବିନା ଏହି ସ୍ୱପ୍ନର ପ୍ରକଳ୍ପ କାର୍ଯ୍ୟକାରୀ କରିବା କଷ୍ଟକର ହୋଇଥାନ୍ତା ବୋଲି କହିଛନ୍ତି । ସେପଟେ ଏହି ଜମି ବିନା ମନ୍ଦିର ନିର୍ମାଣ ସମ୍ଭବ ନଥିଲା ବୋଲି ଦାନ କରିବା ପରେ ଇଶ୍ଟିଆକ୍ ଅହମ୍ମଦ ଖାନ କହିଛନ୍ତି । ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts