ଭାରତକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ପ୍ରଶଂସାକୁ ନେଇ ମୁସ୍‌ଲିମ୍‌ ଲିଗ୍‌ ନେତା ମରିୟମ୍‌ ନୱାଜ ସରିଫ୍‌ ଙ୍କ ଟାର୍ଗେଟ: ପାକିସ୍ତାନ ଛାଡ଼ି ଭାରତକୁ ପଳାନ୍ତୁ

ନୂଆଦିଲ୍ଲୀ : ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଛି ପାକିସ୍ତାନ | ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ସ୍ଥିତି ଓ ଆସନ ସଂକଟରେ ଥିବା ବେଳେ ନିଜ ଦେଶ ବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଭାରତକୁ ପ୍ରଶଂସା କରିଛନ୍ତି | ତେବେ ଇମ୍ରାନ ଙ୍କ ଭାରତକୁ ପ୍ରଶଂସା କରିବାକୁ ନେଇ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନେତା ମରିୟମ୍‌ ନୱାଜ ସରିଫ୍‌ ସିଧା ସଳଖ ଟାର୍ଗେଟ୍‌ କରିଛନ୍ତି । ମରିୟମ୍‌ ଏନେଇ କହିଛନ୍ତି, ଆସନ ବଞ୍ଚାଇବା ପାଇଁ ପାଗଳ ହେଉଥିବା ଏହି ବ୍ୟକ୍ତିଙ୍କୁ ଜଣାଇଦେବା ଉଚିତ୍ କି ତାଙ୍କୁ ଆଉ କେହି ନୁହେଁ ତାଙ୍କ ଦଳ ହିଁ ତାଙ୍କୁ ବାହରକୁ ରାସ୍ତା ଦେଖାଇଛି । ଯଦି ଆପଣ ଭାରତକୁ ଏତେ ପସନ୍ଦ କରୁଛନ୍ତି ତେବେ ପାକିସ୍ତନ ଛାଡ଼ି ଭାରତକୁ ପଳାନ୍ତୁ ବୋଲି କହିଛନ୍ତି ମରିୟମ୍‌ ।

ସୂଚନା ଥାଉକି, ପାକିସ୍ତାନରେ ଯେବେଠାରୁ ବପକ୍ଷ ଦଳ ଇମ୍ରାନ୍‌ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେବେଠାରୁ ଇମ୍ରାନ୍‌ ଭାରତର ବୈଦେଶିକ ନୀତିକୁ ନେଇ ପ୍ରଶଂସା କରିବାରେ ଲାଗିଛନ୍ତି । ଶୁକ୍ରବାର ପାକିସ୍ତାନବାସୀଙ୍କୁ ସମ୍ୱୋଧନ କରି ଇମ୍ରାନ୍‌ ଭାରତର ଭୂରି ଭୂରି ପ୍ରଂଶସା କରିଥିଲେ । ପାକିସ୍ତାନର ବିଦେଶ ନୀତିକୁ ଅନ୍ୟ ଦେଶ ନିୟନ୍ତ୍ରଣ କରୁଛନ୍ତି, ପାକିସ୍ତାନ ବିରୋଧରେ ଷଡଯନ୍ତ୍ର ରଚା ଯାଉଛି, ଯେତେବେଳେ କି ଭାରତ ସ୍ବାଭିମାନୀ ଦେଶ । ଭାରତକୁ କୌଣସି ସୁପର ପାୱାର ଆଖି ଦେଖାଇ ପାରିବେନି । ଯଦି ଗୁଲାମୀ କରିବାର ଥିଲା ତେବେ ଆମେ କାହିଁକି ସ୍ବାଧୀନ ହେଲୁ ,ଏମିତି କିଛି ପ୍ରଶ୍ନ କରିଛନ୍ତି।

ଦେଶକୁ ଇମ୍ରାନଙ୍କ ସମ୍ୱୋଧନ ପରେ ମରିୟମ ତାଙ୍କୁ ଟାର୍ଗେଟ କରିଛନ୍ତି । ମରିୟମ ଟ୍ୱିଟ୍ କରି କହିଛନ୍ତି, ପ୍ରଥମ ଥର ମୁଁ କାହକୁ ଦେଖୁଛି ଯେ ଏହିପରି ଆସନ ପାଇଁ ଜଣେ କାନ୍ଦୁଛନ୍ତି । ସେ ଏଥିପାଇଁ କାନ୍ଦୁଛନ୍ତି ଯେ ମୋ ପାଇଁ କେହି ବାହାରକୁ ଆସୁ ନାହାଁନ୍ତି। ଅନ୍ୟପଟେ ମରିୟମ ପୁଣି କହିଛନ୍ତି, ଯେଉଁମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ସେମାନେ ଜାଣିବା ଉଚିତ ଯେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୨୭ ଟି ଅବିଶ୍ୱାସ ପ୍ରସ୍ତାବ ଆସିଥିବା ରେକର୍ଡ ରହିଛି । କିନ୍ତୁ ସମ୍ବିଧାନ, ଗଣତନ୍ତ୍ର ଏବଂ ନୈତିକତା ସହିତ କେହି ଖେଳିନାହାଁନ୍ତି । ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ। କିନ୍ତୁ ସେମାନେ ତୁମ ପରି ଦେଶ, ସମ୍ବିଧାନ ଏବଂ ରାଷ୍ଟ୍ରକୁ ବନ୍ଧକ କରିନଥିଲେ।

Related Posts