ଡାକ୍ତର ଝିଅକୁ କୋଭିଡ ଡ୍ୟୁଟିରେ ଦେଖି କେନ୍ଦ୍ର ମନ୍ତ୍ରୀ ମନସୁଖ କହିଲେ ମୁଁ ଗର୍ବିତ

 (ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟୁଇଟରେ କହିଛନ୍ତି ଦେଶରେ ବର୍ତ୍ତମାନ ଯେଉଁ ଭଳି ଭାବରେ କରେନା ସହ ଦେଶ ସଂଘର୍ଷ କରୁଛି, ଏହି ସମୟରେ ତାଙ୍କ ଝିଅ ଦିଶା ବର୍ତ୍ତମାନ ଜଣେ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିବାରୁ ମୁଁ ଏଥି ପାଇଁ ଗର୍ବିତ ବୋଲି କହିଛନ୍ତି । ସେ ତାଙ୍କ ଝିଅକୁ କରୋନା ଯୋଦ୍ଧା ଭୂମିକାରେ ଦେଖିବା ପାଇଁ ବହୁ ଦିନରୁ ଅପେକ୍ଷା କରିଥିଲେ । ମୋ ଝିଅ ମୋର ଗର୍ବ ବୋଲି ସେ କହିଛନ୍ତି । “ଦେଶର ସଂକଟ ସମୟରେ ତୁମେ ତୁମର କର୍ତ୍ତବ୍ୟ କରୁଛ । ଦେଶ ତୁମର ସେବା ଆବଶ୍ୟକ କରେ । ଏବଂ ମୁଁ ନିଶ୍ଚିତ ଯେ ତୁମେ ନିଜକୁ ପ୍ରମାଣ କରିବ” । କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପିପିଇ କିଟ୍ ପିନ୍ଧିଥିବା ତାଙ୍କ ଝିଅ ର ଫଟୋକୁ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହା କହିଛନ୍ତି । ସେ ଏହା ପୂର୍ବରୁ କହିଥିଲେ ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ଭନ୍ଧୀୟ ଯନ୍ତ୍ରପାତି ପରିବହନ କରୁଥିବା ଜାହାଜ ଗୁଡିକ ପାଇଁ ସମସ୍ତ ଦେୟ ଛାଡ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରମୁଖ ବନ୍ଦରକୁ କହିଥିଲେ । ଏବଂ ଏହାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ବନ୍ଦରର ଅଧକ୍ଷ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ବୋଟିଙ୍ଗ୍ ଓ ଲଜିଷ୍ଟିକ୍ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

Related Posts