ଭାରତକୁ କାର୍ଗୋଫ୍ଲାଇଟ ବନ୍ଦ କଲା ଚାଇନା, ସଙ୍କଟରେ ଅକ୍ସିଜେନ ଆମଦାନୀ

corgo

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ କରୋନା ମହାମାରୀ ସହ ଲଢୁଛି । ଏପରିସ୍ଥଳେ ସିଚୁଆନ ଏୟାରଲାଇନ୍ସ ଭାରତକୁ କୋଭିଡ-୧୯ ଚିକିତ୍ସା ସାମଗ୍ରୀ ଯୋଗାଉଥିବା ସର୍ବ ବୃହତ କାର୍ଗୋ ବିମାନକୁ ସ୍ଥଗିତ ରଖିଛି । । ଚାଇନାର ରାଷ୍ଟ୍ରୀୟତ୍ତ ସିଚୁଆନ ଏୟାରଲାଇନ୍ସ ଭାରତକୁ ସମସ୍ତ କାର୍ଗୋ ବିମାନକୁ ୧୫ ଦିନ ପାଇଁ ସ୍ଥଗିତ ରଖିଛି । ଯାହାଫଳରେ ଅକ୍ସିଜେନ ଓ ଅନ୍ୟାନ୍ୟ କୋଭିଡ-୧୯ ସାମଗ୍ରୀ ଆମଦାନୀରେ ବାଧା ସୃଷ୍ଟି ହୋଇଛି । ତେବେ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦର୍ଶାଇ କମ୍ପାନୀ ଏପରି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଅନ୍ୟପଟେ ମହାମାରୀର ମୁକାବିଲା ପାଇଁ ବେଜିଂର ଭାରତକୁ ବାରମ୍ବାର ସମର୍ଥନ ଏବଂ ସହାୟତାର ଅଫର ଆସିବା ସତ୍ତେ ଏପରି ଘଟିଛି । ତେବେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବାଙ୍ଗାଲୋରକୁ ମିଶାଇ ମୋଟ ଚାରୋଟି ସହରକୁ ଦଶଟି ବିମାନ ଚଳାଚଳ କରୁଥିଲା । ଦିନକୁ ଦିନ ସାରା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଅମ୍ଳଜାନର ଅଭାବ ଦେଖାଦେଉଥିବା ସମୟରେ ଚୀନର ଏପରି ଆଭିମୁଖ୍ୟ ଭାରତକୁ ସଙ୍କଟରେ ପକାଇଛି ।

Related Posts