ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ଼ ବୟାନ ଦେଇଛନ୍ତି । ତେବେ ମୋଦି ସରକାରର ଅତ୍ୟଧିକ ଚାପ ଓ ହସ୍ତକ୍ଷେପ ଯୋଗୁଁ ଟୁଇଟରରେ ମୋର ଫଲୋଅରଙ୍କ ସଂଖ୍ୟା ବଢ଼ୁନାହିଁ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେପଟେ ବର୍ତ୍ତମାନ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ଏକ ମାଧ୍ୟମ । ତେଣୁ ମୋଦି ସରକାର ଆମକୁ ଲୋକଙ୍କ ପାଖରେ ପହଞ୍ଚିବାରେ ବାଧା ଉପୁଜାଉଛନ୍ତି । ଏପରି କରିବା ଗଣତନ୍ତ୍ର ପାଇଁ ବିପଦଜନକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏନେଇ ରାହୁଲ ଗାନ୍ଧୀ ସିଇଓ ପରାଗ ଅଗ୍ରୱାଲଙ୍କୁ ଚିଠି ଲେଖିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠି ମୋଦି ସରକାରଙ୍କ ଚାପରେ ମୋର ଫଲୋଅରଙ୍କ ସଂଖ୍ୟା ବଢ଼ୁନାହିଁ ବୋଲି ଅଭିଯୋଗ କରିଥିଲେ । ଏହା ସହ ଟୁଇଟର ଭାରତରେ ଶାସକଦଳ ସପକ୍ଷରେ କାର୍ଯ୍ୟ କରୁ ନାହିଁ ବୋଲି ଆପଣଙ୍କୁ ଜଚ୍ଚାଇବା ଉଚିତ । କିନ୍ତୁ ଏହାର ବିପରୀତ ହୋଇଆସୁଛି । ଉଦାରବାଦୀ ଗଣତନ୍ତ୍ର ଏବଂ ସମଗ୍ର ବିଶ୍ୱରେ କ୍ଷମତାସୀନତା ମଧ୍ୟରେ ଆଦର୍ଶଗତ ଯୁଦ୍ଧ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ଗଠିତ ହେଉଛି ।

ଯେଉଁମାନେ ଟ୍ୱିଟର ପରି କମ୍ପାନୀର ଶୀର୍ଷରେ ଅଛନ୍ତି । ଫଳରେ ସେମାନଙ୍କ ଉପରେ ଏହା ବଡ଼ ଦାୟିତ୍ୱ । ଅନ୍ୟପଟେ ଟୁଇଟର ଏହାର ଜବାବ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି । ତେବେ କୌଣସି ଚାପରେ ଏହା ଅନୁସରଣକାରୀଙ୍କ ସଂଖ୍ୟା ହ୍ରାସ କରୁଛି ବୋଲି ଟ୍ୱିଟର ଅସ୍ୱୀକାର କରିଛି। ଆମେ ମଧ୍ୟ ଅନୁସରଣକାରୀଙ୍କ ସଂଖ୍ୟା ଆକାଉଣ୍ଟ ସହିତ ପ୍ରତିଫଳିତ କରିବାକୁ ଚାହୁଁ, କିନ୍ତୁ ଆମେ ମଧ୍ୟ ବିଶ୍ୱାସ କରୁ ଯେ ଅନୁସରଣକାରୀମାନେ ପ୍ରକୃତ ହେବା ଉଚିତ୍। ମନିପ୍ୟୁଲେସନ୍ ଏବଂ ସ୍ପାମ୍ ପାଇଁ ଟ୍ୱିଟରରେ କୌଣସି ସ୍ଥାନ ନାହିଁ । ଆମେ ମେସିନ୍ ଲର୍ଣ୍ଣିଂ ଉପକରଣ ମାଧ୍ୟମରେ ପ୍ରତି ସପ୍ତାହରେ ବଟ୍ ଅନୁସରଣକାରୀ ଏବଂ ଫେକ ଫୋଲଅର୍ସଙ୍କୁ କାଟିଥାଉ । ଏପରି ପରିସ୍ଥିତିରେ, ଅନୁସରଣକାରୀଙ୍କ ସଂଖ୍ୟାରେ ହ୍ରାସ ହୋଇପାରେ ବୋଲି ଟୁଇଟର କହିଛି ।