ନବ ଦାସଙ୍କୁ ଗୁଳିମାଡ ଘଟଣା; ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ନବ ଦାସଙ୍କୁ ଗୁଳିମାଡ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ । ନିଜେ ଅନୁଧ୍ୟାନ କରୁଛନ୍ତି ଏଡିଜି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଉପସ୍ଥିତ ଅଛନ୍ତି । କ୍ରାଇମସ୍ପଟରେ ଡିଜିଟାଲ ସ୍କାନର ଲଗାଯାଇଛି । ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି ।

ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରେଟୋରିକୁ ପଠାଯାଇଛି।

Related Posts