ଫେୟାରୱେଲ ଗିଫ୍ଟ : ମନ୍ତ୍ରୀ ହେବେ ନବ !

ଭୁବନେଶ୍ୱର- ନବଙ୍କ ଇସ୍ତଫା ପରେ କଂଗ୍ରେସର ବହିଷ୍କାରକୁ ନେଇ ଏବେ ଚର୍ଚ୍ଚା । ନବଙ୍କୁ ବହିଷ୍କାର କରିବା ପଛରେ କଂଗ୍ରେସର ବୁଦ୍ଧିମତା ଓ ଉଦ୍ଦେଶ୍ୟ କଣ ଥାଇପାରେ ବୋଲି ଉଠିଛି ପ୍ରଶ୍ନ । ଜଣେ ଦଳରୁ ଇସ୍ତଫା ଦେଇ ସାରିବା ପରେ ପୁଣି ବହିଷ୍କାର କରିବା ପଛର ଯୁକ୍ତି କଣ ? ଚର୍ଚ୍ଚା ହେଉଛି ନବଙ୍କ ସହ ଫୁଟାଣୀ ଲଢ଼ିବାକୁ ଯାଇ ଫସି ଯାଇଛି କଂଗ୍ରେସ । ଅର୍ଥାତ ନିରଂଜନ ବାବୁ ଓଗେର ନବଙ୍କୁ ମନ୍ତ୍ରୀ ହେବା ପାଇଁ ମଉକା ଦେଇଦେଲେ ।

ଯଦି ଚାଲାକି କରି ନବ ରାହୁଲଙ୍କୁ ଦେଇଥିବା ଇସ୍ତଫା ପତ୍ରକୁ ବାଚସ୍ପତିଙ୍କୁୁ ନଦେଇ କଂଗ୍ରେସର ବହିଷ୍କାର ନୋଟିସଟିକୁ ଦେଇଦେଲେ, ତାହାହେଲେ ତାଙ୍କର ବିଧାୟକ ପଦ ରଦ୍ଦ ହେବ ନାହିଁ । ସେପଟେ ବିଜେଡି ସମର୍ଥିତ ସ୍ୱାଧୀନ ବିଧାୟକ ଭାବରେ ମନ୍ତ୍ରୀ ମଧ୍ୟ ହେବେ । ଆଗାମୀ ନିର୍ବାଚନ ପୂର୍ବରୁ ନବଙ୍କ ମନସା ବି ପୁରା ହେବ ଓ ଦାସେଙ୍କ ବାଁ ହାତରେ କଂଗ୍ରେସ ଗାଲକୁ ନବୀନ ଏକ ଶକ୍ତ ଚାପୁଡା ଦେବେ ।

ଅନେକଙ୍କ କହିବା କଥା, ନିରଂଜନଙ୍କ ଭଳି ପୋଖତ ରାଜନେତା ଏଆଇସିସିକୁ ଏଭଳି ନିଷ୍ପତି ନେବାରେ ରୋକିଲେ ନାହିଁ କିଭଳି । ରାଗ ଶୁଝାଇବାକୁ ଯାଇ ହିଟ୍ ଉଇକେଟ୍ ହେଲେ ନା କ୍ଲିନଚିଟର ଋଣ ପରିଶୋଧ କରିବାକୁ ଯାଇ ନିରଂଜନ ବାବୁ ନବଙ୍କୁ ବହିଷ୍କାରର ୱାଇଡ୍ ବଲ୍ ଟେ ପକାଇଦେଲେ ।

Related Posts