କଟିବ ବିରୋଧୀ ଦଳ ନେତା ପଦ !

ଭୁବନେଶ୍ୱର- ନରସିଂହ ହରାଇବେ ବିରୋଧୀ ଦଳ ନେତା ମାନ୍ୟତା । ଶଗଡିଆଙ୍କ ପରେ ସଙ୍କଟ ସୃଷ୍ଟି ହୋଇଥିଲା । ଭାଗ୍ୟକୁ ସ୍ୱାଧୀନ ବିଧାୟକ ଜର୍ଜ ତିର୍କୀ ସଙ୍କଟ ମୋଚନ ହୋଇ ଉଭା ହୋଇଥିଲେ । କଂଗ୍ରେସକୁ ସମର୍ଥନ ଦେଇଥିଲେ ଆଉ ଅଳ୍ପକେ ବଂଚି ଯାଇଥିଲା ନରସିଂହଙ୍କ ପଦ । ଏବେ ନବ ଦାସଙ୍କ ପରେ ସମାନ ସଙ୍କଟ ଉପୁଜିଛି । ନବଙ୍କ ଦଳ ଛାଡିବା ଉଭୟ କଂଗ୍ରେସ ଓ ନରସିଂହଙ୍କ ପାଇଁ ଧିରେ କା ଝଟକା ଏବେ ଜୋର ସେ ଲାଗିଛି ।

ଏବେ କଂଗ୍ରେସକୁ ଆଉ କେଉଁଠୁ ସମର୍ଥନର ଆଶା ନାହିଁ । ନବୀନ କେବଳ ନବଙ୍କୁ ଆଣି ନିରଂଜନଙ୍କୁ ଦୁର୍ବଳ କଲେନି , କଥା କଥାକେ ନବୀନଙ୍କୁ କଟାକ୍ଷ କରୁଥିବା ନରସିଂହଙ୍କୁ ବି ଛାଡିଲେନି ।

Related Posts