ପ୍ରଶ୍ନପତ୍ର ଲିକ୍‌, ବାତିଲ୍‌ ହେଲା OTET ପରୀକ୍ଷା

ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ପରେ ଓଡ଼ିଶା ଶିକ୍ଷକ ପ୍ରବେଶିକା ପରୀକ୍ଷା-ଓଟିଇଟିକୁ ବାତିଲ୍‌ କରାଯାଇଛି । ପରୀକ୍ଷା ଚାଲିଥିବାବେଳେ ବୁଧବାର ସକାଳେ ଆସିଲା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ଉତ୍ତର ସିଟ୍ ପାଇଥିବା ଅଭିଯୋଗ ଖବର ଆସିବା ପରେ ତନାଘନା ଆରମ୍ଭ ହେଲା । ଗଣମାଧ୍ୟମରେ ଲିକ୍‌ ହୋଇଥିବା ପ୍ରଶ୍ନପତ୍ରକୁ ନେଇ ଖବର ପ୍ରସାରିତ ହେଲା । ତା ପରେ ପରୀକ୍ଷା ବାତିଲ୍‌ ନେଇ ସୂଚନା ଦିଆଯାଇଛି । ବୋର୍ଡ ସଭାପତି ସୂଚନା ଦେଇଛନ୍ତି ତଦନ୍ତ ଚାଲିଛି, ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟର ୫୦ଟି କେନ୍ଦ୍ରରେ , 1 ଲକ୍ଷ 12 ହଜାର ପରୀକ୍ଷାର୍ଥୀ ଓଟିଇଟି ପରୀକ୍ଷା ଦେଉଥିଲେ ।

Related Posts