(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲକ୍ଷାଧିକ ଟଙ୍କାର ବକେୟା ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ସୂଚନାଯୋଗ୍ୟ ଯେ ସିଦ୍ଧୁ ପ୍ରାୟ ୯ ମାସର ୮ ଲକ୍ଷ ୬୮ ହଜାର ଟଙ୍କାର ବକେୟା ବିଦ୍ୟୁତ ବିଲ୍ ପୈଠ କରିନାହାଁନ୍ତି । ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ପଞ୍ଜାବରେ ବିଦ୍ୟୁତ କାଟ୍ କୁ ନେଇ ଏକ ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତଥା ତତ୍କାଳୀନ ଅକାଳୀ-ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଥିବା ପ୍ରକାଶ ସିଂ ବାଦଲଙ୍କୁ ଦାୟୀ କରିଛନ୍ତି। ସିଦ୍ଧୁ ପଞ୍ଜାବବାସୀଙ୍କୁ ମାଗଣା ଏବଂ ୨୪ ଘଣ୍ଟା ବିଦ୍ୟୁତ୍ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସେ ଟ୍ବିଟ୍ କରି କହିଛନ୍ତି, “ପଞ୍ଜାବ ୟୁନିଟ୍ ପିଛା ହାରାହାରି 4.54 ଟଙ୍କାରେ ବିଦ୍ୟୁତ କିଣୁଛି ,ୟୁନିଟ୍ ପିଛା ଜାତୀୟ ହାରାହାରି ହେଉଛି 3.85 ଏବଂ ଚଣ୍ଡିଗଡ଼ ଦେଉଛି 3.44 ଟଙ୍କା । ପଞ୍ଜାବ ବିଦ୍ୟୁତ ପାଇଁ 3 ଟି ଘରୋଇ ଥର୍ମାଲ ପ୍ଲାଣ୍ଟ ଉପରେ ନିର୍ଭରଶୀଳ। ଏବଂ ଏହି 3 ଘରୋଇ ଥର୍ମାଲ ପ୍ଲାଣ୍ଟକୁ ୟୁନିଟ୍ ପିଛା 5-8 ଟଙ୍କା ଦେବାକୁ ପଡୁଛି। ଯାହା ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଅଧିକ । ଏହା ପରେ ଜଣାପଡିଥିଲା ଯେ ପଞ୍ଜାବ ଷ୍ଟେଟ ଇଲେକ୍ଟ୍ରିସିଟି କର୍ପୋରେସନ୍ ଲିମିଟେଡର ୱେବସାଇଟ୍ ଅନୁଯାୟୀ ସିଦ୍ଧୁଙ୍କ ଅମୃତସର ସ୍ଥିତ ବାସଭବନର ଗତ 9 ମାସର ବକେୟା ବିଦ୍ୟୁତ୍ ବିଲ୍ 8,67540 ଟଙ୍କା ରହିଛି।
ସୂଚନାଯୋଗ୍ୟ ଯେ ଗତକାଲି ସିଦ୍ଧୁ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲର ଆଲୋଚନା କରି କହିଛନ୍ତି ଯେ “ପଞ୍ଜାବ ସରକାର ପୂର୍ବରୁ 9,000 କୋଟି ଟଙ୍କାର ବିଦ୍ୟୁତ ସବସିଡି ଦେଇଛନ୍ତି କିନ୍ତୁ ଦିଲ୍ଲୀ ସରକାର ମାତ୍ର 1,699 କୋଟି ବିଦ୍ୟୁତ ସବସିଡି ପ୍ରଦାନ କରୁଛନ୍ତି । ଯଦି ପଞ୍ଜାବ ଦିଲ୍ଲୀ ମଡେଲକୁ କପି କରେ, ତେବେ ଆମେ ମାତ୍ର 1600-2000 କୋଟି ଟଙ୍କାର ସବସିଡି ପାଇବୁ । ପଞ୍ଜାବର ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ – ପଞ୍ଜାବ ଦିଲ୍ଲୀର କପି ମଡେଲ ନୁହେଁ ବରଂ ଅରିଜିନାଲ ମଡେଲ ଦରକାର।