ଅଣ ବିଜେପି ଶାସିତ ରାଜ୍ୟ ସରକାରମାନେ ପେଟ୍ରୋଲ ଡିଜେଲ ଦର ହ୍ରାସ କରିବାକୁ ଦାବି କଲେ ଜେ ପି ନଡ୍ଡା

ସତ୍ୟପାଠ ବ୍ୟୁରୋ, ୨୨/୦୫: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନାଡା ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ଅଣ ବିଜେପି ଶାସିତ ଦଳ ସରକାରମାନେ ମଧ୍ୟ ପେଟ୍ରୋଲ ଡିଜେଲ ରେ ଟିକସ ହ୍ରାସ କରିବାକୁ ଆହ୍ଵାନ ଦେଇଛନ୍ତି।

କେନ୍ଦ୍ର ରକାର ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ ଲିଟର ପିଛା 8 ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା 6 ଟଙ୍କା ହ୍ରାସ କରିବାକୁ ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ। ଯୋଜନାରେ ନଅ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା 200 ଟଙ୍କା (12 ସିଲିଣ୍ଡର ପର୍ଯ୍ୟନ୍ତ) ସବସିଡି ଦେବାକୁ ଘୋଷଣା କରିଛନ୍ତି |

ଗତକାଲି ର ନିଷ୍ପତ୍ତି ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଦାବି କରିଛି ଯେ ବିରୋଧୀଦଳ ସେମାନଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ମାନେ ପେଟ୍ରୋଲ ଏବଂ ଡିଜେଲ ହାର ମଧ୍ୟ ହ୍ରାସ କରନ୍ତୁ ଯାହା ଦ୍ୱାରା ସାଧାରଣ ଲୋକ ମୁଦ୍ରାସ୍ଫୀତି ଚାପରୁ ଟିକେ ଆରାମ ପାଇପାରିବେ।

Related Posts