
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରୀ ସ୍ତରରେ ମିଳୁଥିବା ସେବାକୁ ଯାଞ୍ଚ କରିବା ଲାଗି ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏହି ଟିମ ବିଭିନ୍ନ ସରକାରୀ ମେଡ଼ିକାଲ ଅଚାନକ ଗସ୍ତ କରି ତାର ବାସ୍ତବ ସ୍ଥିତି ପରଖିବା ପାଇଁ ନିର୍ଦ୍ଦେଶ ହୋଇଛି । ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉଐଉ ଓ ଚଐଉ ରେ ଡାକ୍ତର , ପାରା ମେଡ଼ିକାଲ କର୍ମଚାରୀ, ଆମ୍ବୁଲାନ୍ସ, ଔଷଧର ଘୋର ଅଭାବ ରହିଛି। ଏହା ସହ ରୋଗୀଙ୍କୁ ମିଳୁନି ମୌଳିକ ସୁବିଧା। ଏଭଳି ଏକ ରିପୋର୍ଟ ନଭେମ୍ବର ମାସରେ ହାଇକୋର୍ଟରେ ଦାଖଲ କରିଥିଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ। ଏହି ମାମଲାର ଶୁଣାଣି କରି ଏକ କ୍ରାକ ଟିମ୍ ଗଠନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁ ମେଡ଼ିକାଲରେ ଏହି ବ୍ୟବସ୍ଥାରେ ସୁଧାର ଆସିନଥିବ ସେମାନଙ୍କୁ ନୋଟିସ ଜାରି କରାଯିବ। ନୋଟିସ ପରେ ଊଐ, ଉଐଉ ଓ ଚଐଉ ରେ ଥିବା ଅଭାବ ଉପରେ କାମ ନହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୩୧ ସୁଦ୍ଧା ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।