ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ। କ୍ୟାବିନେଟ୍ ବୈଠକ ରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।

ବୈଠକରେ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ବୈଠକରେ ବରୁଣେଇ ଠାରେ ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ୯.୬୮୫ ଏକର ଜମି ଦେବାକୁ ମଞ୍ଜୁର କରିଛନ୍ତି। ସେହିପରି ଆଇଟି ନୀତି ୨୦୨୨କୁ ମଞ୍ଜୁରୀ ମିଳିଛି। ମୋବାଇଲ ଟାଓ୍ବାର, ଅପଟିକାଲ ଫାଇବର ନୀତିରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଲୋକାୟୁକ୍ତ ବାର୍ଷିକ ରିପୋର୍ଟକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବାବେଳେ। ୨୦ ଦାଦନ ପ୍ରବଣ ବ୍ଲକ ପାଇଁ ସ୍ବତନ୍ତ୍ର ଯୋଜନାକୁ ମଞ୍ଜୁରୀ ମିଳିଛି। ଅନେକ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଜଟଣୀ ତହସିଲର କିଛି ଜମି ବିଡିଏକୁ ହସ୍ତାନ୍ତର କରାଯାଇଛି। ସେହିପରି ପୁରୀ ବାସେଳୀ ସାହି ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।