ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଖୁବଶିଘ୍ର ଆରମ୍ଭ ହେବ ଜେନେଟିକ ଷ୍ଟଡ଼ି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଖୁବଶୀଘ୍ର ନନ୍ଦନକାନନରେ କରାଯିବ ଜେନେଟିକ ଷ୍ଟଡ଼ି । ଚିଡ଼ିଆଖାନାରେ ଜନ୍ମିତ ବାଘକୁ କିପରି ହିଂସ୍ର କରି ଜଙ୍ଗଲରେ ଛଡାଯାଇପରିବ ସେନେଇ ଯୋଜନା କରାଯାଉଛି ।ବେଙ୍ଗାଲୁରୁର ନ୍ୟାସନାଲ ସେଣ୍ଟର ଫର ବାୟୋଲଜିକାଲ ସାଇନ୍ସେସ ସହ ମିଶି ନନ୍ଦନକାନନ ଏହି ଜେନେଟିକ ଷ୍ଟଡ଼ି ଆରମ୍ଭ କରିବ। ଫଳରେ ଚିଡ଼ିଆଖାନା ଜନ୍ମିତ ବାଘମାନଙ୍କୁ ଷ୍ଟଡ଼ି କରାଯିବ । ଏହାପରେ ଚାହିଦା ମୁତାବକ ଜଙ୍ଗଲୀ ବାଘ ବ୍ରିଡିଂ କରାଯାଇ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା ବାଘ ସଙ୍କଟ ଦୂର କରାଯାଇପାରିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟର ସୂଚନା ଦେଇଛନ୍ତି ।

Related Posts