ମେକ ଇନ୍ ଓଡିଶା କନକ୍ଲେଭ ରାଜ୍ୟ ସରକାରଙ୍କର ଏକ ପ୍ରହସନ : ମୋହନ ମାଝୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ସରକାରଙ୍କ ମେକ ଇନ୍ ଓଡିଶା କନକ୍ଲେଭକୁ ଏକ ପ୍ରହସନ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ସେ ଆହୁରି କହିଛନ୍ତି ଗତ ମେକ ଇନ୍ ଓଡିଶା କନକ୍ଲେଭ ୨୦୧୭-୧୮ରେ ରାଜ୍ୟ ସରକାର ବହୁ ଉଦ୍ୟୋଗ ପତି ମାନଙ୍କୁ ଡାକି ଥିଲେ। ହେଲେ ଫଳ କଣ ହେଲା ? ଜଣେ ହେଲେ କେହି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କଲେନାହିଁ। ଏହି କନକ୍ଲେଭ କେବଳ ଏକ ପ୍ରହସନ। ରାଜ୍ୟ ସରକାର ଖାଲି ବୟାନ ବାଜି କରୁଛନ୍ତି। ବାସ୍ତବିକ୍ ରାଜ୍ୟରେ କୌଣସି ଶିଳ୍ପ ପ୍ରତିଷ୍ଠା କରିବାରେ ସରକାରଙ୍କର ଆନ୍ତରିକତା ନାହିଁ।ସୂଚନା ଅନୁସାରେ ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡିଶା କନକ୍ଳଭର ତୃତୀୟ ସଂସ୍କରଣ। ଏହି କନକ୍ଳଭ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଏହି କନକ୍ଲେଭ ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋହନ।

Related Posts