ନବଙ୍କ ଇସ୍ତଫାରେ ନିରଞ୍ଜନଙ୍କୁ କ୍ଲିନଚିଟ୍

Naba Das Gives Clean Chit To Niranjan Pattnaik

ଭୁବନେଶ୍ୱର- ନବ ଦଳ ଛାଡିଲେ କିନ୍ତୁ ଯାଉ ଯାଉ କ୍ଲିନଚିଟ ଦେଇଛନ୍ତି ନିରଂଜନ ପଟ୍ଟନାୟକଙ୍କୁ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରର ଦ୍ୱିତୀୟ ଧାଡିରେ ସେ ନିରଂଜନଙ୍କ କଥା ହିଁ ଲେଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ କାହିଁକି ଦଳ ଛାଡିଲେ ବୋଲି ଲେଖିବା ପୂର୍ବରୁ ପିସିସି ସଭାପତିଙ୍କୁ କ୍ଲିନଚିଟ ଦେବାକୁ ଉଚିତ ମଣିଛନ୍ତି ନବ । ଯାହାକି ନିରଂଜନଙ୍କ ପାଇଁ ଗୋଟିଏ ବଡ ଆଶ୍ୱସ୍ତି ବୋଲି କୁହାଯାଇପାରେ ।

ଯଦିଓ ନିରଂଜନ ତାଙ୍କୁ ପରୋକ୍ଷରେ ବେପାରୀ ବୋଲି କହିଛନ୍ତି ତଥାପି ଇସ୍ତଫା ପତ୍ରର ଶବ୍ଦକୁ ଦେଖିଲେ ଲାଗୁଛି ଏତେ ଦିନର ସଂପର୍କ କାଟିଲା ବେଳେ ସୌଜନ୍ୟତା, ସମ୍ମାନ, ଶାଳୀନତା ଦେଖାଇଛନ୍ତି ନବ । ନିରଂଜନଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ କି ତାଙ୍କ ବିରୋଧରେ କୌଣସି ଅଭିଯୋଗ ବି ନାହିଁ ବୋଲି ନବ ଲେଖିଛନ୍ତି । ଖାଲି ସେତିକି ନୁହେଁ ବରଂ ନିରଂଜନଙ୍କ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଥିଲା ଓ କଂଗ୍ରେସରେ ତାଙ୍କର କୌଣସି ସମସ୍ୟା ନଥିଲା ବୋଲି ବି ରାହୁଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ନବ ।

naba das resigns from congress
naba das resigns from congress

ନିଜ ଅଂଚଳବାସୀ ତାଙ୍କୁ ବିଜେଡି ଟିକଟରେ ଲଢ଼ିବାକୁ ଚାହୁଁଥିବାରୁ ସେ କଂଗ୍ରେସ ଛାଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଇବେ ବୋଲି ସ୍ପଷ୍ଟଭାବେ ଲେଖିଛନ୍ତି । ତେଣୁ ଆଗାମୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ବେଳେ ସେ ସେଠାରେ ଯୋଗଦେବେ ବୋଲି ବି ନବ ଲେଖିଛନ୍ତି । ଏହି କାରଣରୁ ହିଁ ନବ ପିସିସିର କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରନ୍ନ୍ି ନବ ଦାସ । ଅଂଚଳର ବିକାଶ ତାଙ୍କ ପାଇଁ ପ୍ରାଥମିକତା ଓ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜୁ ଜନତା ଦଳରେ ଯୋଗ ଦେଉଥିବା ଲେଖି ନିଜର ଇସ୍ତଫା ପତ୍ରକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇ ଦେଇଛନ୍ତି ନବ ଦାସ ।

ତେବେ ଏନେଇ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକଦମ ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଛନ୍ତି । ସତ୍ୟପ୍ରକାଶ କହିଛନ୍ତି- “ଏହା ନବଙ୍କର ବ୍ୟକ୍ତିଗତ ନିଷ୍ପତି । ଯାହାବି ହେଉ ତାଙ୍କର ଉତ୍ତୋରତର ଉନ୍ନତି ହେଉ” ।

କହିବା ବାହୁଲ୍ୟ, ଝାରସୁଗୁଡା ବିଧାନସଭା ନିର୍ବାଚନ କ୍ଷେତ୍ରରୁ କଂଗ୍ରେସ ଟିକଟରେ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ନବ ଦାସ । ୨୦୦୯ ଓ ୨୦୧୪ରେ ଲଗାତର ଭାବେ ଦୁଇଥର ନିର୍ବାଚିତ ହୋଇଛନ୍ତି । ୨୦୦୯ରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ସେ ୨୨, ୫୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ପୁନର୍ବାର ୨୦୧୪ରେ କିଶୋରଙ୍କୁ ୧୧, ୫୬୩ ଖଣ୍ଡ ଭୋଟରେ ଧରାଶାୟୀ କରିଥିଲେ ।

Related Posts