ନାସା ଜାରି କଲା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଛବି

ନୂଆଦିଲ୍ଲୀ : ଏ ବିଶ୍ୱ ବ୍ରହ୍ମାଣ୍ଡ ଯାହାକୁ ଚିନ୍ତା କରିବା ବା କଳ୍ପନା କରିବା ମାତ୍ରେ ହିଁ ମୁଣ୍ଡ ବୁଲାଇ ଯାଏ | ତେବେ ସାଧାରଣ ମଣିଷ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ କଳ୍ପନା କରିବା କଷ୍ଟ କର ହୋଇପଡେ | ତେବେ ଏଯାଏଁ ପୁରା ବ୍ରହ୍ମାଣ୍ଡକୁ କେହିବି କଳ୍ପନା କରି ପାରିନାହାଁନ୍ତି ।

ହେଲେ ଏବେ ନାସା ଜାରି କରିଛି ଏପରି ଏକ ଫଟୋ ଯେଉଁଥିରେ ଦେଖାଯାଉଛି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଛବି । ଏହାକୁ ନାସା ଦୃଶ୍ୟମାନ ବ୍ରହ୍ମାଣ୍ଡ ଅର୍ଥାତ୍ ‘ଅବଜରଭେବଲ୍ ୟୁନିଭର୍ସ’ ବୋଲି କହିଛି । ଏହି ଗୋଟିଏ ଚିତ୍ର୍ର ତିଆରି କରିବା ପାଇଁ ଅନେକ ଟେଲିସ୍କୋପ, ରେଡିଓ ଟେଲିସ୍କୋପ, ରାଡାର , ସ୍ପେଶ୍ ଟେଲିସ୍କୋପର ସାହାଯ୍ୟ ନିଆଯାଇଛି ବୋଲି ନାସା କହିଛି । ଦୃଶ୍ୟମାନ ବ୍ରହ୍ମାଣ୍ଡର ଆକାର ଯଥା ପର୍ଯ୍ୟବେକ୍ଷଣ ଯୋଗ୍ୟ ବ୍ରହ୍ମାଣ୍ଡ ହେଉଛି ୨୮.୫ କିଗାପର୍ସେକ୍ । ତାହା ହେଉଛି ୯୩ ବିଲିଅନ୍ ଆଲୋକ ବର୍ଷ ।

ଯଦି ଆମେ ଏହାକୁ ଅଧିକ ସରଳ ଭାଷାରେ ରଖିବା ତେବେ ୯୩୦୦ ନିୟୁତ ଆଲୋକ ବର୍ଷ ହେଉଛି ବ୍ରହ୍ମାଣ୍ଡର ଆକାର । ଏଥିମଧ୍ୟରୁ ବୈଜ୍ଞାନିକମାନେ ପ୍ରାୟ ୧୪.୨୬ ଗିଗାପର୍ସେକ୍ସର ଦୂରତା ଦେଖିଛନ୍ତି । ଅର୍ଥାତ୍ ପ୍ରାୟ ୪୬୫୦ ନିୟୁତ ଆଲୋକବର୍ଷ ଦୂରତା ଥିବା ସେ କହିଛନ୍ତି । ବ୍ରହ୍ମାଣ୍ଡକୁ ମାନଚିତ୍ରରେ ରଖାଯିବାକୁ ନେଇ ୬ଟି ବଡ ଆକାରରେ ସର୍ଭେ କରାଯାଉଛି । ଯାହା ଦର୍ଶାଏ ଯେ, ଏହା ଭିତରେ ୩୦ରୁ ୨୦୦ ମେଗାପାକର ପର୍ଯ୍ୟନ୍ତ ଆକୃତି ଅଛି । ଏହାରି ଭିତରେ ଅନ୍ତରୀକ୍ଷରେ ମଧ୍ୟ ପ୍ରାଚୀର ରହିଛି । ତାହା ସହ ଆକାଶଗଙ୍ଗା ରହିବା ସହ ଅନ୍ୟାନ୍ୟ କିଛି ଗ୍ରହ ରହିଥିବା ମଧ୍ୟ ନାସା ପକ୍ଷରୁ କୁହାଯାଇଛି ।

Related Posts