ନ୍ୟାସନାଲ ହେରାଲ୍ଡ ମାମଲା; ଅକ୍ଟୋବର ୭ରେ ହାଜର ହେବାକୁ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କୁ ନୋଟିସ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାମଲାରେ ସୋମବାର ଇଡି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ନୋଟିସ୍ ଜାରିକରିଛି। ଏହା ବ୍ୟତୀତ ଶିବକୁମାରଙ୍କ ଭାଇ ତଥା କଂଗ୍ରେସ ସାଂସଦ ଡି.କେ ସୁରେଶଙ୍କୁ ମଧ୍ୟ ଇଡି ନୋଟିସ କରିଥିବା ସୂଚନା ମିଳିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଅକ୍ଟୋବର ୭ରେ ଦିଲ୍ଲୀରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।

ଗୋଟିଏ ପଟେ କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ କର୍ଣ୍ଣାଟକରେ ପହଞ୍ଚିଛି, ଠିକ୍ ସେହି ସମୟରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କୁ ଇଡି ନୋଟିସ୍ ଜାରି କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଗତ ସେପ୍ଟେମ୍ବର ୧୯ତାରିଖରେ ଅନ୍ୟ ଏକ ମାମଲାରେ ଅର୍ଥ ହେରଫେର ନେଇ ଜେରା କରାଯାଇଥିଲା । ପୂର୍ବରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତା ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିଥିଲା ।

Related Posts