
ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଆମ୍ବେଦକର ଛକର ଜାତୀୟ ରାଜପଥକୁ ଅବରୋଧ । ପୁନଃ ଭୋଟ୍ ଗଣତି ଦାବିରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଭୋଟ୍ ଗଣତିରେ ହେରଫେର୍ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏନେଇ ଗତକାଲି ରାତିରୁ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ଠେମରା ଗ୍ରାମବାସୀ।
ଏନେଇ ପୁନଃ ଗଣନା ଦାବି କରି ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ ଜାରି ରହିଛି। ଗୋପାଳପୁର-ରାୟପୁର ଜାତୀୟ ରାଜପଥ ନଂ ୫୯ ରାସ୍ତା ଅବରୋଧ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ଉପସ୍ଥିତ ରହି ବୁଝାସୁଝା କରିବା ପରେ ମଧ୍ୟ ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଗ୍ରାମବାସୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି ।