ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କୁ ଝଟକା ଦେଲା ବର୍ଦ୍ଧିତ ରନ୍ଧନ ଗ୍ୟାସ ଦର

ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ ଦର । ଫେବୃଆରୀ ରେ ବଢ଼ିଥିବା ଦର ଏବେ ପୁଣି ମାର୍ଚ୍ଚ ରେ ଆଉ ଥରେ ବଢ଼ିଛି । ଯାହା ଫଳରେ ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କ ଉପରେ ଚଡକ ପଡ଼ିଛି । ଘରୋଇ ଗ୍ୟାସ ସିଲିଣ୍ଡର ଦର ସ୍ଥିର ରହିଥିବାବେଳେ କମର୍ସିଆଲ ଏଲପିଜି ଦର ବୃଦ୍ଧି ପାଇଛି । ଏକାଥରକେ ୧୦୫ ଟଙ୍କା ବଢିଛି କମର୍ସିଆଲ ସିଲିଣ୍ଡର ପିଛା ମୂଲ୍ୟ । ଫେବ୍ରୁଆରୀ ପହିଲାରେ ଏହାର ଦର ୯୧ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବାବେଳେ ପୁଣି ଏହାର ଦର ବଢିଛି । ଫଳରେ ସିଲିଣ୍ଡର ପିଛା ୧୯ ଲିଟର କମର୍ସିଆଲ ସିଲିଣ୍ଡରର ଦର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି । ବର୍ଦ୍ଧିତ ଦର ପରେ କମର୍ସିଆଲ ସିଲିଣ୍ଡର ଦର ଦିଲ୍ଲୀରେ ୨,୦୧୨ ଟଙ୍କାରେ ପହଞ୍ଚିଥିବାବେଳେ କୋଲକାତାରେ ୨,୦୮୯ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ୧୯୬୨ ଟଙ୍କାରେ ପହଞ୍ଚିଥିବାବେଳେ କମର୍ସିଆଲ ସିଲିଣ୍ଡର ପିଛା ଦର ୨୧୮୫ ଟଙ୍କାରେ ପହଞ୍ଚିଛି ।

ଏହାସହ ୫ ଲିଟିର ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବଢିଛି । ସିଲିଣ୍ଡର ପିଛା ୨୭ ଟଙ୍କା ବଢି ୫୬୯ ଟଙ୍କାରେ ପହଞ୍ଚଛି । ଅନ୍ୟପଟେ ୧୪ କେଜି ଘରୋଇ ଏଲପିଜିର ମୂଲ୍ୟ ଅପରିବର୍ତ୍ତିତ ରହିଛି । ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଘରୋଇ ଏଲପିଜି ଦର ମଧ୍ୟ ବଢିବାର ଆଶଙ୍କା କରୁଛନ୍ତ ବାଣିଜ୍ୟିକ ଗବେଷକ । ଆଗକୁ ମଧ୍ୟ ଘରୋଇ ଏଲପିଜି ଦର ବଢିପାରେ ।

Related Posts