ଓଡିଶାରେ ଆଗେଲା NPR

ବିହାର କର୍ଣ୍ଣାଟକ ପରେ ତୃତୀୟ ରାଜ୍ୟ ଭାବରେ ଓଡିଶା ସରକାର NPR (National Population Register) କାର୍ଯ୍ୟକାରୀ କରିବାରେ ଗୋଟିଏ ପାଦ ଆଗକୁ ବଢିଛନ୍ତି । ଏ ସଙ୍କ୍ରାନ୍ତରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ସାକ୍ଷାତକରି ବିସ୍ତୃତ ଆଲୋଚନା କରିଛନ୍ତି । ନାଗରିକତା ରେଜିଷ୍ଟାର କାର୍ଯ୍ୟକୁ ସଫଳତାର ସହ ସମାପନ କରିବା ପାଇଁ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଏହାକୁ ବିଚାର କରି ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବା ସହ ୨୦୨୧ ଜନସଂଖ୍ୟା ଖସଡ଼ା ପ୍ରସ୍ତୁତରେ ଓଡିଶା ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ବିଜୁ ଜନତା ଦଳ ସଂସଦର ଉଭୟ ଗୃହରେ ନାଗରିକତା ସଂଶୋଧନ ବିଲ୍ (CAB)କୁ ନିସର୍ତ୍ତ ସମର୍ଥନ କରିଥିବା ବେଳେ (NPR)କୁ ମଧ୍ୟ ସମର୍ଥନ ଦେଇଛି, ଅଥଚ NRC କ୍ଷେତ୍ରରେ ଭିନ୍ନମତକୁ ନେଇ ଏବେବି ଦ୍ବନ୍ଦ ଲାଗିରହିଛି ।

Related Posts