ବାଘଣୀକୁ ଖୋଜୁଛନ୍ତି ଓଡ଼ିଶା-ପଶ୍ଚିମବଙ୍ଗ ସରକାର

ଶିମିଳିପାଳ ଜଙ୍ଗଲରୁ ପଶ୍ଚିମବଙ୍ଗକୁ ଖସି ଯାଇଥିବା ଏକ ବାଘୁଣୀ ଓ ତାର ଛୁଆକୁ  ଠାବ କରିବା ପାଇଁ ଓଡିଶା-ପଶ୍ଚିମବଙ୍ଗ ପକ୍ଷରୁ ଏକ ବଡ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତ ୭ ତାରିଖରେ ଝାରଗ୍ରାମ ଓ ବାଙ୍କୁଡା ଜିଲ୍ଲାର ଲକ୍ଷ୍ମଣପୁର ଗାଁ ନିକଟରେ ବାଘ ପାଦ ଚିହ୍ନ ଦେଖାଯିବା ପରେ ଏହି ଅଞ୍ଚଳରେ ବାଘୁଣୀ ଲୁଚିଥିବା ଅନୁମାନ କରାଯାଉଛି । ଖବର ପାଇ  ପଶ୍ଚିମବଙ୍ଗ ସରକାରଙ୍କ ବନ ବିଭାଗ ତୁରନ୍ତ ଏହି ଅଞ୍ଚଳକୁ ଏକ ୬ ଜଣିଆ ଉଦ୍ଧାରକାରୀ ଦଳ ପଠାଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଠାରୁ ୨୮୦ କି.ମି ଦୂରରେ ଅବସ୍ଥିତ ଏହି ଅଞ୍ଚଳରେ ବାଘୁଣୀ ସହ ତାର ଛୁଆ ଲୁଚି ରହିଥିବାର ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ବନ୍ୟପ୍ରାଣୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ବାଘୁଣୀ ଏବଂ ତାର ଛୁଆ ଏହି ଅଞ୍ଚଳରେ ଲୁଚି ରହିଥିବା ସ୍ବିକାର କରିଛନ୍ତି । ସ୍ଥାନୀୟ ଅଧିବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଏହି ଅଞ୍ଚରେ କ୍ୟାମେରା ଏବଂ ଯନ୍ତା ବସାଯାଇଥିବା କହିଛନ୍ତି । ଏଠାରେ ସ୍ମରଣଯୋଗ୍ୟ ୨୦୧୮ ମସିହା ଏପ୍ରିଲ ମାସରେ ପଶ୍ଚିମବଙ୍ଗର ଲାଲଗଡ ଜଙ୍ଗଲରୁ ଏକ ରୟାଲ ବେଙ୍ଗଲ ଟାଇଗରର ମୃତ ଦେହ ମିଳିଥିଲା । ଏଭଳି ସମୟରେ ଗୋଟିଏ ବାଘୁଣୀ ସହ ତାର ଛୁଆଟି ଶିମିଳିପାଳରୁ ଖସିଯାଇଥିବାର ଅନୁମାନ କରାଯାଉଥିବାରୁ ଏହାକୁ ନେଇ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ୍ୟପ୍ରାଣୀ ବିଭାଗ ସଜାଗ ଥିବା ଜଣାପଡ଼ିଛି ।

Related Posts