ପିଶାଚ ପିତାକୁ ଫାଶୀ ଦଣ୍ଡ

(ସତ୍ୟପାଠ ବ୍ୟୁରୋ) ଗୁଜରାଟ: ସୁରତରେ ଜଣେ ଓଡ଼ିଆ ବ୍ୟକ୍ତିଙ୍କୁ ମିଳିଲା ଫାଶୀ ଦଣ୍ଡ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । 2017 ଜୁନ 29ରେ ନିଜର 14 ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ପିଶାଚ ବାପା ଟୁକୁନା ଦାସ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ମୃତ୍ୟୁ ବେଳକୁ ନାବାଳିକା ଝିଅ 6 ମାସର ଗର୍ଭବତୀ ଥିଲା । ଝିଅ ଗର୍ଭବତୀ ଥିବାରୁ ଟୁକୁନା ନାବାଳିକାର ତଣ୍ଟିଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ଏହା ପରେ ନାବାଳିକା ଗର୍ଭରେ ଥିବା ଭୃଣ ସହ ଟୁକୁନାର DNA ମେଳ କରାଯାଇଥିଲା ଆଉ ତାହା ମେଳ ବି ଖାଇଥିଲା । ଏହି ଘଟଣା ସେତେବେଳେ ଓଡ଼ିଶା ଏବଂ ସୁରତରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ।

Related Posts