କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ସ୍କୁଲ କୋଠରୀରୁ ମିଳିଲା ଦେଶୀ ବନ୍ଧୁକ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: ମ୍ବଲପୁର ଜିଲ୍ଲାର କୁଚିଣ୍ଡା ସବଡିଭିଜନର ଜମନକିରା ଥାନା ଅନ୍ତର୍ଗତ ରେଙ୍ଗୁମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ସ୍କୁଲ କୋଠରୀରୁ ମିଳିଛି ଦେଶୀ ପିସ୍ତଲ । ସ୍କୁଲ ସଫେଇ କରୁଥିବା ସମୟରେ ମିଳିଲା ଦେଶୀ ପିସ୍ତଲ। ଗତ ଶନିବାର ଦିନ ସ୍କୁଲକୁ ସଫେଇ କରାଯାଉଥିବା ବେଳେ ସ୍କୁଲ କୋଠରୀରେ ଏହି ପିସ୍ତଲକୁ ଦେଖି ସଫେଇ କରୁଥିବା ବ୍ୟକ୍ତି ଜଣକ ଭୟଭୀତ ହୋଇପଡିଥିଲେ । ସେ ଏନେଇ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ତୁରନ୍ତ ସୂଚନା ଦେଇଥିଲେ।

ସ୍କୁଲ କୋଠରୀ ଭିରରୁ ମିଳିଲା ଦେଶୀ ପିସ୍ତଲଏହା ପରେ ଏନେଇ ସିଆରସିସି (CRCC)ଙ୍କୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ କେଉଁ ପରିସ୍ଥିତିରେ ସ୍କୁଲ ପରିସରକୁ ଏହି ପିସ୍ତଲ ଆସିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ସମ୍ବଲପୁର ଜମନକିରା ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଥିବା ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ପୋଲିସ ।

ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକଙ୍କ ଆଦେଶ କ୍ରମେ ପିଅନ ଏବଂ ଏସଏମସି ସଭାପତି ଗୋଟିଏ କୋଠରୀରେ ଜିନିଷ ପତ୍ର ରଖିବା ସମୟରେ ଆଲମାରୀ ଉପରୁ ପେପରରେ ଗୁଡା ହୋଇଥିବା ବନ୍ଧୁକ ଦେଖୁବାକୁ ପାଇଥିଲେ ।

Related Posts