57 ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ଅମୀର ଖାଁ, କିରଣ ରାଓଙ୍କୁ ଛାଡ଼ପତ୍ର ଦେବା ନେଇ କଲେ ବଡ ଖୁଲାସା

ଆଜି 57 ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଫିଲ୍ମ ଜଗତରେ ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ପରିଚିତ ଅମୀର ଖାଁ | ବଲିଉଡ ଫିଲ୍ମ ଜଗତ ପାଇଁ ତାଙ୍କ ଅବଦାନ ଅତୁଳନୀୟ | ସେ ଏକା ସାଙ୍ଗରେ ଅଭିନେତା ସହ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ଓ ସ୍ୱଚ୍ଛାସେବୀ | ସବୁରି କ୍ଷେତ୍ରରେ ତାଙ୍କୁ ସଫଳତା ହିଁ ମିଳିଛି | ତାଙ୍କ ସ୍ଥାନ ବଲିଉଡ ଫିଲ୍ମ ଜଗତରେ ସ୍ରେଷ୍ଟ କଳାକାର ଭାବେ ଗଣାଯାଏ | ତେବେ ସେ ତାଙ୍କ ଫିଲ୍ମ କୁ ନେଇ ଯେତେ ଚର୍ଚାରେ ରୁହନ୍ତି ତା ଠୁ ଅଧିକ ନିଜ ବୈବାହିକ ଜୀବନ କୁ ନେଇ ଚର୍ଚାରେ ରହନ୍ତି |

ଆମୀର ତାଙ୍କ ଦ୍ବିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡ଼ପତ୍ର ଦେବା ନେଇ ବେଶ୍‌ ସମାଲୋଚିତ ହେବା ପରେ ଏହା ତାଙ୍କର ବଡ଼ ଭୁଲ୍‌ ବୋଲି ସେ ଗଣମାଧ୍ୟମରେ ସ୍ବୀକାର କରିଛନ୍ତି। 2021 ମସିହା ଜୁଲାଇ 3 ତାରିଖରେ ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଘୋଷଣା କରି ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଥିଲେ । ବିବାହର ୧୫ ବର୍ଷ ପରେ ଅମିର ଖାନ ଏବଂ କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ହଠାତ କେହି ବି ବୁଝିପାରିଲେ ନାହିଁ ଯେ ଏହି ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଏମିତି କ’ଣ ଘଟିଲା ଯେ, ଶେଷରେ ଦୁହେଁ ଏହିଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । କିରଣ ରାଓଙ୍କ ସହ ଛାଡପତ୍ର ଉପରେ ବର୍ତ୍ତମାନ ଅମିର ଖାନ ନୀରବତା ଭାଙ୍ଗିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଅମିର କିରଣ ରାଓଙ୍କ ସହ ଛାଡପତ୍ର ଠାରୁ ଆରମ୍ଭ କରି ସମ୍ପର୍କରେ ଥିବା ଭୁଲ୍‌ ଭଟା ପର୍ଯ୍ୟନ୍ତ ସବୁ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ ।ଗତ ବର୍ଷ ଜୁଲାଇରେ, ଯେତେବେଳେ ଅମିର ଏବଂ କିରଣ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଅନେକ ପ୍ରକାରର କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା । ସେଠାରେ ଅନେକ ବିବାଦ ଦେଖାଦେଇଥିଲା, କିନ୍ତୁ ଅମିର ଏବଂ କିରଣ ଚୁପ୍ ରହିଥଲେ । କିନ୍ତୁ ବର୍ତ୍ତମାନ ଅମିର ଏହା ଉପରେ ମୁହଁ ଖୋଲିଛନ୍ତି ।

ଅମିର ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରଯେତେବେଳେ କିରଣ ରାଓଙ୍କୁ ଛାଡପତ୍ର ଦେବା ପାଇଁ ଅମିରଙ୍କୁ ପଚରାଯାଇଥିଲା, ଆମୀରଙ୍କ ଜୀବନରେ ଆଉ କେହି ନାରୀ ଅଛନ୍ତି ବୋଲି ସେ କିରଣଙ୍କୁ ଛାଡ଼ପତ୍ର ଦେଇଛନ୍ତି ବୋଲି ଉଠିଥିବା କଥାକୁ ଗୁଜବ ବୋଲି କହିଛନ୍ତି ଆମୀର। ସେ କହିଛନ୍ତି ତାଙ୍କ ଜୀବନରେ ଆଉ କେହି ବି ନାରୀ ନାହାନ୍ତି। ସେ ନିଜ କାମକୁ ଅଧିକ ସମୟ ଦେଉଥିବାରୁ ପରିବାରକୁ ଅଧିକାଂଶ ସମୟରେ ଅଣଦେଖା କରିଛନ୍ତି ଓ ତାହା ହିଁ ତାଙ୍କ ଛାଡ଼ପତ୍ରର କାରଣ।

Related Posts