୧୯ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ: ଚାଇନାକୁ ଯୁଦ୍ଧ ସରଞ୍ଜାମ ନେଇ ସାହାଯ୍ୟ ମାଗିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ !

୧୯ ଦିନରେ ପହଁଞ୍ଚିଛି ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ | ଉଭୟ ଦେଶ ନିଜ ନିଜ ଜିଦ୍ରେ ଅଟଳ ରହି ଯୁଦ୍ଧ କରିଚାଲିଛନ୍ତି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରୁଥିବା ବେଳେବି , ଯାହାର କଡା ଜବାବ ଦେବାରେ ଲାଗିଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି | ତେବେ ଏହାରି ମଧ୍ୟରେ ଆଜି ଉଭୟ ଦେଶ ମଧ୍ୟରେ ବସିବାକୁ ଯାଉଛି ଚର୍ତୁଥ ପର୍ଯ୍ୟୟ ବୈଠକ | ପୂର୍ବରୁ ବସିଥିବା ୩ଟି ବୈଠକ ବିଫଳ ହୋଇଥିବା ବେଳେ, ଶାନ୍ତି ପ୍ରତିଷ୍ଠା ନେଇ ଆଜି ଚର୍ତୁଥ ଥର ପାଇଁ ବୈଠକ ବସିବ |

ସେପଟେ ଯୁଦ୍ଧ ରେ ଉଭୟ ଦେଶ ପରସ୍ପରକୁ କଡା ଟକର ଦେଉଥିବା ବେଳେ, ରୁଷ ସେନା ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗୁଥିବାନେଇ ଚର୍ଚା ଜୋର ଧରିଛି | ଋଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଚାଇନାଠୁ ଯୁଦ୍ଧ ସରଞ୍ଜାମ ସାହାଯ୍ୟ ମାଗିଛନ୍ତି । ଋଷ ଯୁଦ୍ଧ ଉପକରଣ ସହିତ ଚାଇନାଠାରୁ ଡ୍ରୋନ୍ ଉପକରଣ ମଧ୍ୟ ମାଗିଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏହି ଦାବି କରିଛନ୍ତି ।

ତେବେ ଆମେରିକା ଚାଇନାକୁ ଏନେଇ ସିଧାସଳଖ ଧମକ ଦେଇଛି । ଋଷିଆ ଏହାର ସହାୟତା ଲୋଡିଥିବା ବେଳେ ଆମେରିକା କହିଛି ଯଦି ଚଇନା ଋଷକୁ ସାହାଯ୍ୟ କରିବାକୁ ଆଗକୁ ଆସେ ତେବେ ଏହାର ଖରାପ ପରିଣାମ ମଧ୍ୟ ସାମ୍ନା କରିବାକୁ ପଡିବ । କୁହାଯାଉଛି ଯେହେତେ ଆମେରିକା ସମେତ ୟୁଉରୋପିୟ ରାଷ୍ଟ୍ର ଗୁଡ଼ିକ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗୁ କରିଛନ୍ତି ସେହି ଦୁଷ୍ଟିରୁ ଋଷ ଚାଇନାକୁ ସାହାଯ୍ୟ ମାଗିଛି ।

ତେବେ ଏଭଳି କୌଣସି ସହାୟତା ଋଷ ମାଗିଥିବାର ଖବର ନଥିବା କହିଛନ୍ତି ଚାଇନା ଆମେରିକାରେ ଥିବା ଚାଇନାର ଦୂତାବସର ପ୍ରବକ୍ତା । ଏ ବିଷୟରେ ସେମାନେ କୌଣସି ସୂଚନା ପାଇ ନାହାନ୍ତି ।

Related Posts