ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆଣ୍ଡାମାନରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ। କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି । ତେବେ ପ୍ରାକୃତିକ ଗ୍ୟାସର ଯେଉଁ ଭଣ୍ଡାର ମିଳିଛି, ତାହା ସାହାଯ୍ୟରେ ପିଏନଜି, ସିଏନଜି ଏବଂ ଅନ୍ୟ ଅଶୋଦ୍ଧିତ ତୈଳ, ପେଟ୍ରୋ କେମିକାଲ୍ସ, ହାଇଡ୍ରୋଜେନ୍ ଆଦି ପ୍ରସ୍ତୁତ କରାଯାଇ ପାରିବ । କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଅଏଲ୍ ଇଣ୍ଡିଆ ଲିମିଟେଡ୍ ଆଣ୍ଡାମାନର କିଛି ଅଞ୍ଚଳରେ ପ୍ରାକୃତିକ ଗ୍ୟାସର ଦ୍ୱିତୀୟ ଭଣ୍ଡାର ଠାବ ହୋଇଛି ।

ଯାହା ଆଗାମୀ ଦିନରେ ଏକ ହାଇଡ୍ରୋକାର୍ବନ୍ ହବ୍ ଭାବେ ଗଢି ଉଠିବ । ଏହି ସ୍ଥାନ ଆଣ୍ଡାମାନର ପୂର୍ବ ଉପକୂଳ ଠାରୁ ୧୫କିଲୋମିଟର ଦୂରରେ ଅବସ୍ଥିତ ।ସେ ଆହୁରି କହିଛନ୍ତି ଯେ, ଏଠାରେ ଆଇଓସିଏଲ ଖନନ ଆରମ୍ଭ କରିଛି । ଯାହା ଦ୍ୱିତୀୟ ଗ୍ୟାସ୍ ଯୁକ୍ତ କୂଅ ଅଟେ । ପୂର୍ବରୁ୨୦୨୫ରେ ବିଜୟପୁରମରେ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା । ଏବେ ନୂଆ ସ୍ଥାନରେ ହାଇଡ୍ରୋକାର୍ବନର ଉପସ୍ଥିତି ସକରାତ୍ମକ ସଙ୍କେତ ଦେଉଛି ବୋଲି କହିଛନ୍ତି ।