ନବ ଦାସ ହତ୍ୟା ଘଟଣା: ତଦନ୍ତର ଅଗ୍ରଗତି ନେଇ ଜଷ୍ଟିସ୍‌ ଜେ.ପି ଦାସଙ୍କୁ ଅବଗତ କଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିବା ବେଳେ ତଦନ୍ତ ଜାରି ରଖିଛି । ସେପଟେ ଆଜି କଟକରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସଙ୍କ ବାସ ଭବନରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ପହଞ୍ଚି ଆଲଚନା କରିଛନ୍ତି ।

ନବଙ୍କୁ ହତ୍ୟା ଘଟଣାରେ ତଦନ୍ତର ତଦାରଖ କରୁଛନ୍ତି ଜଷ୍ଟିସ ଜେପି ଦାସ । ତେବେ ଅରୁଣ ବୋଥ୍ରା ଶ୍ରୀ ଦାସଙ୍କୁ ଭେଟି ତଦନ୍ତର ଅଗ୍ରଗତି ବିଷୟରେ ଅବଗତ ବାବଦରେ ଜଣାଇଛନ୍ତି । ତଦନ୍ତର ବିଭିନ୍ନ ଦିଗ ଓ ଅନ୍ୟାନ୍ୟ ବିଷୟରେ ଜଷ୍ଟିସ ଜେପି ଦାସ ଗାଇଡ କରିବା ନେଇ ସୂଚନା ରହିଥିବା ବେଳେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା କେତେ ବାଟ ତଦନ୍ତ ପହଞ୍ଚିଛି ଏବଂ ତଦନ୍ତର ଦିଗ ବିଷୟରେ ଜଣାଇଛନ୍ତି ।

କଟକ ସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଛନ୍ତି । ଆଲୋଚନା ପରେ ଗଣମାଧ୍ୟମକୁ ଅରୁଣ ବୋଥ୍ରା କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଜଷ୍ଟିସ ଜେପି ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଆଜି ଆସିଥିଲେ । କଣ ଆଲୋଚନା ହୋଇଛି ସେ ନେଇ କହିବା ଠିକ ନୁହଁ । ନବ ଦାସ୍ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି । ଆହୁରି ମଧ୍ୟ ଅନେକ ଆଲୋଚନା କରାଯିବ । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି । ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ମୁଁ ନିଜେ ଯିବି । କିନ୍ତୁ କେବେ ଯିବି ସେ ନେଇ ନିଷ୍ପତ୍ତି ନେଇ ନାହିଁ । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା ରଖିଛି ।”

Related Posts