ମହାମେଣ୍ଟକୁ ନବୀନଙ୍କ ନା

ମହାଗଠବନ୍ଧନ ବା ମହାମେଣ୍ଟରେ ବିଜେଡି ସାମିଲ୍‌ ହେବ କି ନାହିଁ, ଏନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ପଷ୍ଟ କରିଛନ୍ତି ମହଗଠବନ୍ଧନର ଅଂଶ ନୁହେଁ ବିଜେଡି । ପୁଣିଥରେ ସମଦୂରତା କଥା କହିଛନ୍ତି ନବୀନ । କଂଗ୍ରେସ ନେତୃତ୍ବରେ ମହାଗଠବନ୍ଧନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଆରଜେଡି, ଏନ୍‌ସିପି, ଡିଏମ୍‌କେ, ଟିଡିପି, ଜେଡିଏସ୍‌, ବାମଦଳ ରହିବା ସ୍ପଷ୍ଟ ହୋଇଛି । କିନ୍ତୁ ଏସ୍‌ପି, ବିଏସ୍‌ପି, ଟିଆର୍‌ଏସ୍‌, ଟିଏମ୍‌ସି ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ବିଜେଡି କିନ୍ତୁ ପୂର୍ବଭଳି କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖିଛି ବୋଲି ସ୍ପଷ୍ଟ କରିଛନ୍ତି ନବୀନ ।

କିନ୍ତୁ ଫେଡେରାଲ୍ ଫ୍ରଣ୍ଟ ନେଇ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । କିଛି ଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ନବୀନଙ୍କ ଭେଟିବା ପରେ ଏ ନେଇ ଫେଡେରାଲ୍ ଫ୍ରଣ୍ଟର ସଂକେତ ବି ଦେଇଥିଲେ । ୨୦୧୯ର ମହାଲଢ଼େଇ ପାଖେଇ ଆସୁଥିବାବେଳେ କେନ୍ଦ୍ରରେ ସରକାର ଗଠନ ବେଳେ ଏଥର ବିଜେଡିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇପାରେ । ଏଥର ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts