ପ୍ରସବ ସମୟରେ ଛିଡ଼ିଗଲା ଶିଶୁର ମୁଣ୍ଡ

ମହିଳାଙ୍କୁ ତାଙ୍କ ପରିବାର ଲୋକେ ଯୋଧପୁର ଉମ୍ମେଦ ଡାକ୍ତରଖାନା ନେଇଗଲେ । ସେଠାରେ ଡାକ୍ତର ପ୍ରସବର ଉଦ୍ୟମ କଲେ ତ ସେମାନେ ଚକିତ ହୋଇଗଲେ । ପ୍ରସବ ସମୟରେ ପିଲାର ମୁଣ୍ଡ ହିଁ କେବଳ ବାହାରକୁ ବାହାରିଲା । ସେମାନେ ମହିଳାଙ୍କ ପରିବାର ଲୋକଙ୍କୁ କେବଳ ମୁଣ୍ଡ ବାହାରିବା ନେଇ ସୂଚନା ଦେଲେ ।

ରାଜସ୍ଥାନର ରାମଗଡ଼ରୁ ସାମ୍ନାକୁ ଆସିଛି ଏକ ଚମକାଇଦେବା ଭଳି ଖବର । ଏଠାରେ ରାମଗଡ଼ ସରକାରୀ ଡାକ୍ତରଖାନାରେ ପ୍ରସବ ସମୟରେ ଡାକ୍ତରମାନେ ଗୋଟିଏ ପିଲାକୁ ଏତେ ଜୋର୍‌ରେ ଟାଣିଲେ ଯେ ତା’ର ମୁଣ୍ଡ ଶରୀରରୁ ଅଲଗା ହୋଇଗଲା । ଆଉ ଶରୀର ମା’ ପେଟ ଭିତରେ ହିଁ ରହିଗଲା । ଏହି କଥାକୁ ଲୁଚାଇବା ପାଇଁ ଡାକ୍ତରମାନେ ମା’କୁ ଜଏସେଲମେର ରେଫର କରାଇଲେ । ଏଠାରେ ଡାକ୍ତରମାନେ ଯେତେବେଳେ ଯାଂଚ କଲେ ତ ଜଣାପଡ଼ିଲା, ମହିଳାଙ୍କର ପ୍ରସବ ହୋଇସାରିଛି ।

ମହିଳାଙ୍କ ପରିବାରଲୋକଙ୍କୁ ଜଏସେଲମେର ଜବାହର ଡାକ୍ତରଖାନାର ଡାକ୍ତର ରବୀନ୍ଦ୍ର ସାଙ୍ଖଲା କହିଲେ ଯେ ମହିଳାଙ୍କର ପ୍ରସବ(ଡେଲିଭରୀ) ହୋଇସାରିଛି, କିନ୍ତୁ ଆମ୍ବଲ ଭିତରେ ରହିଯାଇଛି । ଏହି ମାମଲା ଜଟିଳ ଓ ଗୁରୁତର । ତେଣୁ ଆମେ ମହିଳାଙ୍କୁ ଯୋଧପୁର ଡାକ୍ତରଖାନାକୁ ରେଫର କରିଦେଲୁ ।

ତା ପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ଯୋଧପୁର ଡାକ୍ତରଖାନା ନେଇଗଲେ । ଯେଉଁଠି ଡାକ୍ତରମାନେ ଯେତେବେଳେ ପ୍ରସବର ଉଦ୍ୟମ କଲେ, ସେତେବେଳେ ସେମାନେ ଚକିତ ହୋଇଗଲେ । ପ୍ରସବ ସମୟରେ ପିଲାର ମୁଣ୍ଡ ବାହାରକୁ ଆସିଲା । ସେମାନେ ମହିଳାଙ୍କ ପରିବାର ଲୋକଙ୍କୁ କେବଳ ମୁଣ୍ଡ ବାହାରକୁ ବାହାରିବା ନେଇ ସୂଚନା ଦେଲେ ।

ଶିଶୁର ମୁଣ୍ଡ ନେଇ ଥାନାରେ ପହଞ୍ଚିଲେ ପରିବାର…

ପ୍ରସବ ସମୟରେ ପିଲାର ମୁଣ୍ଡ ଶରୀରରୁ ଅଲଗା ହେବାର ଖବର ପାଇବା ପରେ ପରିବାର ଲୋକେ ମୁଣ୍ଡ ନେଇ ରାମଗଡ଼ ଥାନାରେ ପହଞ୍ଚିଲେ । ସେମାନେ ଏଠାରେ ଡାକ୍ତରଙ୍କ ବିରୋଧରେ ଅବହେଳା କରିଥିବା ଅଭିଯୋଗ ଆଣି ମାମଲା ରୁଜୁ କଲେ ।

ପ୍ରସବ କଥା ଲୁଚାଇଲେ ଡାକ୍ତର…
ରାମଗଡ଼ ଡାକ୍ତରଖାନାର ଡାକ୍ତର ପ୍ରସବ ସମୟରେ ଶରୀରରୁ ମୁଣ୍ଡ ଅଲଗା ହୋଇଥିବା କଥା ପୋଲିସ୍‌କୁ ଲୁଚାଇଲେ । କିନ୍ତୁ ପୋଲିସ୍‌ ଯେତେବେଳେ କଡ଼ା ପଚରାଉଚୁରା କଲା ସେତେବେଳେ ଏମାନେ ସେକଥା ମାନିଲେ । ଶିଶୁର ମୁଣ୍ଡର ବ୍ୟବଚ୍ଛେଦ କରାଯାଇଛି । ମହିଳାଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଯୋଧପୁରର ଉମ୍ମେଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related Posts