ପିପିଲିରୁ ବିଦା ହେବେ ବାପା, ଉଭା ହେବେ ପୁଅ ମହାରଥୀ !

Rudra Pratap Maharathy Will Replace In Pipili

ଭୁବନେଶ୍ୱର – ରାଜନୀତିରେ ଅତ୍ୟଧିକ ବେଖାତିର ଭାବ ବା ବାହାପିଆମି କିଭଳି ଆତ୍ମଘାତୀ ହୁଏ ତାହାର ସଦ୍ୟ ଉଦାହରଣ ହେଉଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଆଗକୁହା ହୋଇ କି ଦଶା ଭୋଗିଲେ ଏକଥା ସମସ୍ତେ ଜାଣନ୍ତି । ତେବେ ମନ୍ତ୍ରୀପଦ ହରାଇବା ପରେ ଯାହା ଆଶା କରାଯାଉଥିଲା ମହାରଥୀଙ୍କ ମହାଦଶା କଟିଲା , ତାହା ଭୁଲ । ଅଜଥା କଥା କିଭଳି କିଳା ହୋଇ ଧାରାବାହିକ ଭାବେ ଆବିର୍ଭାବ ହୁଏ ତାହା ମହାରଥୀଙ୍କ କ୍ଷେତ୍ରରେ ଘଟିବାକୁ ଯାଉଛି ।

Pradeep Maharathy
Pradeep Maharathy In Delhi Samabesh

ମନ୍ତ୍ରୀପଦ ଯିବା ପରେ ଏବେ ସବୁଠାରୁ ବଡ ବିପଦ ନାଟୁଙ୍କ ରାଜନୈତିକ କ୍ୟାରିୟରରେ ଘନୀଭୂତ ହେବା ଆରମ୍ଭ ହୋଇଛି । ଦଳପତି ନବୀନ ବାବୁ ମହାରଥୀଙ୍କ ଉପରେ ଏବେ ଭୟଙ୍କର ଭାବେ ଖପ୍ପା । କଥା ତ ଦୂରର କଥା, ଆଖି ବି ମିଳାଉ ନାହାନ୍ତି । ଦିଲ୍ଲୀ କୃଷକ ଅଧିକାର ସମାବେଶରେ ତଳେ ବସିଲେ । ଅନେକ ବାର କଥା ହେବାକୁ ଚାହିଁଲେ, ହେଲେ ମୁହଁକୁ ବି ଚାହିଁଲେ ନାହିଁ । ଏପରିକି ନବୀନଙ୍କ ପାଖକୁ ନ ଆସିବାକୁ ମଧ୍ୟ ଇସାରା ଦିଆଯାଇଥିଲା । କାଳେ ମାନ୍ୟବର ଓ ମହାରଥୀଙ୍କ ଯୋଡି ଫଟୋ ମିଡିଆକୁ ଚାଲିଗଲେ ମାରା ହୋଇଯିବ ବିଜେଡିର ସବୁ ପୂଣ୍ୟ ।

ଉଣେଇଶି ନିର୍ବାଚନରେ ନବୀନ ଦଳକୁ ମହାରଥୀଙ୍କ ଛାଇରୁ ଦୂରେଇ ରଖିବାକୁ ଚିନ୍ତା କରୁଥିବା ଶୁଣିବାକୁ ମିଳୁଛି । କିନ୍ତୁ ମହାରଥୀଙ୍କୁ ଦୂରେଇ ଦେଲେ ପିପିଲିରେ ବିଜେଡିର ପତା ସାଫ୍ ହୋଇଯିବ ଏଥିରେ ଦ୍ୱନ୍ଦ ନାହିଁ । ସେଥିପାଇଁ ପିପିଲିକୁ ‘ମହାରଥୀ ଶୂନ୍ୟ’ କରିବାକୁ ଚାହୁଁନି ବିଜେଡି । ହେଲେ ଏବେ ନବୀନଙ୍କୁ ମିଳିଯାଇଛି ଏ ପ୍ରଶ୍ନର ଉତ୍ତର ଓ ପ୍ରଦୀପଙ୍କ ବିକଳ୍ପ । ପିପିଲିରୁ ବିଦା ହେବେ ବାପା, ଉଭା ହେବେ ପୁଅ ମହାରଥୀ !

Son Of Pradeep Maharathy During Plantation Programme At Pipili
Son Of Pradeep Maharathy During Plantation Programme At Pipili

ଏଥର ଗୋଟିଏ ଗୁଳିରେ ଦୁଇଟି ଶୀକାର କରିବାକୁ ଚାହିଁଛନ୍ତି ଦଳପତି । ପ୍ରଦୀପ ମହାରଥୀଙ୍କ ବଦଳରେ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ହାତରେ ଟେକି ଦିଆଯିବ ପିପିଲି ନିର୍ବାଚନମଣ୍ଡଳୀ । ଏମିତି ହେଲେ ମହାରଥୀଙ୍କ ବିରୋଧ ରହିବନି ଆଉ ଆସନ ବି ଦଳ ହାତରେ ରହିବ । ଆଉ ଦ୍ୱିତୀୟରେ ବିରେୀଧୀଙ୍କୁ ବି ଘେରିବାକୁ ମିଳିବନି ମଉକା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାରଥୀଙ୍କ ପୁଅ ରାଜନୀତିରେ ଏକଦମ ଅନିଭିଜ୍ଞ ବା ଅଜ୍ଞ ନୁହଁନ୍ତି । ଏକଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ରାଜନୀତିକୁ ଲକ୍ଷ୍ୟ କରୁଥିବା ଲୋକେ ଭଲଭାବେ ଜାଣନ୍ତି ।

Rudra Pratap Maharathy With Youth BJD Members Of Pipili During A Function
Rudra Pratap Maharathy With Youth BJD Members Of Pipili During A Function

ବିଗତ କିଛି ଦିନ ଧରି ସମସ୍ତଙ୍କ ଅଲକ୍ଷ୍ୟରେ ଚୁପି ଚୁପି ରାଜନୀତି ଭିତରକୁ ପଶି ଆସିଛନ୍ତି ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ । ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବୃକ୍ଷରୋପଣ ଓ ବିଭିନ୍ନ ସାମାଜିମକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ରୁଦ୍ରଙ୍କୁ । ଏମିତିକି ବାପା ପ୍ରଦୀପ ମହାରଥୀ ଓ ସ୍ଥାନୀୟ ବିଜେଡି ନେତୃବୃନ୍ଦଙ୍କ ଗହଣରେ ରୁଦ୍ରଙ୍କ ଫଟୋ ସୋସିଆଲ ମିଡିଆରେ ବି ପୋଷ୍ଟ ହୋଇଛି । ଖାଲି ସେତିକି ନୁହେଁ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଂଗଠନକୁ ରୁଦ୍ର ହିଁ ମ୍ୟାନେଜ କରନ୍ତି ବୋଲି ଅନେକ ସମୟରେ ଶୁଣିବାକୁ ମିଳେ । ତେଣୁ କୁହାଯାଇପାରେ, ରାଜନୀତିକୁ ରୁଦ୍ର ଆସି ସାରିଥିଲେ ବି ନା ବିରୋଧୀ ନା ମିଡିଆ, କେହି ବି ଏହାକୁ ଧ୍ୟାନ ଦେଇ ପାରି ନାହାଁନ୍ତି । ଏସବୁକୁ ନବୀନ ବାବୁଙ୍କ ପାଖରେ ଥୋଇ ଦିଆଯାଇଛି । ଆଉ ବୁଝାଇ ଦିଆଯାଇଛି ପ୍ରଦୀପ ମହାରଥୀ ଓ ବିଜୁ ଜନତା ଦଳ ପାଇଁ ପିପିଲିେରେ ସର୍ବୋକ୍ରୃଷ୍ଟ ବିକଳ୍ପ ହେଉଛନ୍ତି ରୁଦ୍ର ପ୍ରତାପ ।

ଲିଙ୍କ ଖୋଲି ଦେଖନ୍ତୁ ଭିଡିଓ ଷ୍ଟୋରୀ

 

Related Posts