ଅଜବ ମଣିଷ ! ପଛୁଆ ଚାଲୁଛନ୍ତି ମିଷ୍ଟର ଦାସ୍

Mr Das

ପିପିଲି – ସାଧାରଣତଃ ଆମେ ସମସ୍ତେ ଆଗକୁ ଚାଲନ୍ତି । ଦୈନନ୍ଦିନ ଜୀବନରେ ମଣିଷ ଆଉ କଣ କରେ କି ? ହେଲେ ଆମ ଭିତରେ ଏମିତି ଅଜବ ଲୋକ ବି ଅଛନ୍ତି ଯିଏ ଆଗକୁ ନୁହେଁ ପଛକୁ ଚାଲନ୍ତି । ଆପଣ ଭାବୁଥିବେ ଏମିତି କେମିତି ? କିନ୍ତୁ ଏହା ଜଣଙ୍କର ସଉକ ଓ ନିଶା ପାଲଟି ଯାଇଛି । ସେ ହେଉଛନ୍ତି ଭୁବନେଶ୍ୱର ଗଙ୍ଗପଡାର ପ୍ରଭାତ କୁମାର ଦାସ । ଘର ବାଲେଶ୍ୱରରେ ହେଲେ ରହୁଛନ୍ତି ଏଇଠି । ତେବେ ସ୍ଥାନୀୟ ଅଂଚଳରେ ତାଙ୍କୁ ସମସ୍ତେ ଓଲଟା ଦାସେ ବୋଲି ଡାକନ୍ତି ।

Mr Das
Mr Das

ଏହି ଅଜବ ବ୍ୟକ୍ତିଙ୍କ ନିଆରା ଶଉକ ହେଉଛି ପ୍ରତିଦିନ ଓଲଟା ଚାଲିବା । ଅର୍ଥାତ ନିଜ ଗନ୍ତବ୍ୟ ସ୍ଥଳକୁ ସର୍ବଦା ସେ ପଛୁଆ ଚାଲିଥାନ୍ତି । ତେବେ ଏ ସଂପର୍କରେ ସେ କୁହନ୍ତି ତାଙ୍କ ମଧୁମେହ ଥିବା ହେତୁ ଡାକ୍ତର ତାଙ୍କୁ ଚାଲିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ସିଧା ନ ଚାଲି ଓଲଟା ଚାଲିବା ଆରମ୍ଭ କରିଦେଇଥିଲେ ପ୍ରଭାତ ।

ଦିର୍ଘ ୧୦ ବର୍ଷ ଧରି ସେ ଏମିତି ଚାଲୁଛନ୍ତି । କିନ୍ତୁ କେବେ ବି କୌଣସି ସ୍ଥାନରେ ଅଘଟଣ କି ଦୁର୍ଘଟଣା ଘଟିନି । ଗତକାଲି ସେ ଏମିତି ଓଲଟା ଚାଲି ଚାଲି ପୁରୀରୁ ପିପିଲି ମଙ୍ଗଳପୁର ଯାଏଁ ଆସିଥିବାର ଦେଖିବାକୁ ମିଳିଥିଲା । ଯାହାଙ୍କୁ ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ ଲାଗିଯାଇଥିଲା ।

ସେ ପ୍ରତିଦିନ ଅପରାହ୍ନ ୧ଟାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏମିତି ଓଲଟା ଚାଲୁଥିବା କୁହନ୍ତି । ଭୁବନେଶ୍ୱର ରୁ ବିଭିନ୍ନ ସ୍ଥାନକୁ ଏମିତି ୧୦ବର୍ଷ ହେଲା ଚାଲୁ ଥିବାର ଦାସ ବାବୁ କହିଥିଲେ । ତେବେ ସେ ବାଟରେ ଚାଲି ଯାଉଥିବା ବେଳେ ରାସ୍ତାରେ ଯାଉଥିବା ଲୋକବି ଘଡିଏ ଛିଡା ହୋଇ ତାଙ୍କର ଏ ଅଜବ ନିସାକୁ ଉପଭୋଗ କରୁଥାନ୍ତି । ତେବେ ସେ ଯାହା ବି ହଉ ଏହି ଓଲଟା ଚାଲିବାର ନିଶା ଦାସ ବାବୁଙ୍କୁ ଏକ ନିଆରା ପରିଚୟ ଦେଇଛି ନିଶ୍ଚୟ ।

Related Posts