ସେଲ୍‌ଟର ହୋମ୍‌ର ହଣ୍ଟର ଅଙ୍କଲ୍‌, ଭୟଙ୍କର କାହାଣୀ ଯାହା ଦେଶକୁ ଚମକାଇ ଦେଲା

ସରକାର ଓ ପ୍ରଶାସନ ସହ ସେଟିଂ କରିବା ପରେ ବ୍ରଜେଶ ସରକାରୀ ଟଙ୍କାରେ ସେଲ୍‌ଟର ହୋମ୍‌ ଚଳାଇବା ଆଢୁଆଳରେ ଅସହାୟ ଝିଅ ମାନଙ୍କ ସହ ଦୁଷ୍କର୍ମ କରିବା ଓ କରାଇବାର ସବୁ ସୀମା ପାର୍‌ କରୁଥିଲା । ସେଲ୍‌ଟର ହୋମ୍‌ରେ ରହୁଥିବା 42 ଜଣ ଝିଅଙ୍କ ମଧ୍ୟରୁ 32 ଜଣଙ୍କ ସହ ଦୁଷ୍କର୍ମ ହୋଇଥିବା ପରୀକ୍ଷାର ଜଣାପଡ଼ିଛି । ଏଠାକୁ ବହୁ ନେତା, ମନ୍ତ୍ରୀ ଓ ବଡ଼ ଅଫିସର ଆସୁଥିଲେ । ମୁଜାଫରପୁରରେ ଯେଉଁ ସ୍ଥାନରେ ସରକାରୀ ଆଶ୍ରୟ ଗୃହ ଅଛି, ସେଠାରେ ଏକ ଖବରକାଗଜ ଅଫିସ୍‌ ଏବଂ ଏକ ଶିଶୁ ସଂରକ୍ଷଣ କେନ୍ଦ୍ର ବି ଥିଲା । ଆଉ ଏହି ତିନିଟିର କର୍ତ୍ତା ଧର୍ତ୍ତା ଥିଲା ଜଣେ ବ୍ୟକ୍ତି । ଯାହାକୁ ଲୋକେ ବ୍ରଜେଶ ଠାକୁର ନାମରେ ଜାଣୁଥିଲେ ।

ବିହାରର ଚର୍ଚ୍ଚିତ ମୁଜାଫରପୁର ସେଲ୍‌ଟର ହୋମ୍‌ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ 73 ପୃଷ୍ଠାର ଚାର୍ଜସିଟ୍‌ ପ୍ରସ୍ତୁତ କରିଛି । ଏହି ଚାର୍ଜସିଟ୍‌ରେ ବିହାରର ସବୁଠାରୁ ବଡ଼ ଦୁଷ୍କର୍ମ ଘଟଣାର ଗୋଟିଏ ପରେ ଗୋଟିଏ କାଣ୍ଡ ଖୋଲି ଦେଇଛି, ଯେଉଁଥିରେ ଭଦ୍ର ମୁଖା ପିନ୍ଧା ଲୋକଙ୍କର ଲମ୍ବା ତାଲିକା ରହିଛି । ଏମାନଙ୍କ ମଧ୍ୟରେ ନେତାଙ୍କଠାରୁ ନେଇ ସରକାରୀ ଅଧିକାରୀଙ୍କ ନାଁ ରହିଛି । ଏ ସମସ୍ତଙ୍କ ପଛରେ ଥିଲା ଗୋଟିଏ ଚେହେରା । ଆଉ ସେ ଥିଲା ବ୍ରଜେଶ ଠାକୁର । ଜାଣିବା ଜରୁରୀ କିଏ ଏହି ବ୍ରଜେଶ ଠାକୁର । ଯିଏ ସରକାର ଓ ମନ୍ତ୍ରୀଙ୍କ ଭିତରେ ଏତେ ଧାକ୍‌ ଜମାଇଥିଲା ।

ସାଧାରଣ ସାମ୍ବାଦିକରୁ କୋଟିପତି ଯାଏଁ

ମୁଜାଫରପୁର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲା ଫଳରେ ଏବେ ବ୍ରଜେଶ ଠାକୁରକୁ ସାରା ଦେଶ ଜାଣିସାରିଛି । କିନ୍ତୁ ଜଣେ ସାଧାରଣ ସାମ୍ବାଦିକରୁ ସରକାରୀ ଖଜଣା ଲୁଟି କୋଟି କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟ ଛିଡ଼ା କରିଥିବା ବ୍ରଜେଶର କାହାଣୀ ସମ୍ପୂର୍ଣ୍ଣ ନିଆରା ଓ ରହସ୍ୟମୟ । ବର୍ଷ ବର୍ଷ ଧରି ଖବରକାଗଜ ମାଧ୍ୟମରେ ସରକାରୀ ଖଜଣାରୁ କୋଟି କୋଟି ଟଙ୍କାର ବିଜ୍ଞାପନ ନେବାର ନିଜର ପୁରୁଣା କାରବାର ମାଧ୍ୟମରେ ବ୍ରଜେଶ ଠାକୁର ପାଶବିକତାର ସବୁ ସୀମା ପାର୍‌ କରି ନିରୀହ ଝିଅ ମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲା ।

ସରକାରୀ ଖର୍ଚ୍ଚରେ ପାଶବିକତା

ପୋଲିସ୍‌ ପ୍ରଶାସନ ଓ ସରକାରର ନାକ ତଳେ ବ୍ରଜେଶ ଠାକୁର ଏହି କଳା କାରନାମା ଜାରି ରଖିଥିଲା । ଆଉ ପ୍ରଶାସନର ଲୋକଙ୍କ ଭିତରୁ କେତେକ ନିରବଦ୍ରଷ୍ଟା ସାଜିଥିଲେ ତ ଆଉ କେତେ ଜଣ ଏହି ଘୃଣ୍ୟ କାମର ଭାଗିଦାର ଥିଲେ । କିନ୍ତୁ ଏବେ ବ୍ରିଜେଶ ଠାକୁରର କାରନାମା ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ ସରକାରୀ ଖର୍ଚ୍ଚରେ ଚାଲୁଥିବା ବ୍ରଜେଶ ଠାକୁରର ସେଲଟର ହୋମ୍‌ରେ ନିରୀହ ଝିଅ ମାନଙ୍କ ପ୍ରତି କେମିତି ନିର୍ଯ୍ୟାତନା କରାଯାଉଥିଲା ।

ରାଜନୀତିରେ ବିଫଳ ବ୍ରିଜେଶ୍‌ ହେଲା ସାମ୍ବାଦିକ

ପ୍ରାରମ୍ଭିକ ଭାବେ ରାଜନୀତିରେ ବିଫଳତା ମିଳିଲା । କିନ୍ତୁ ତା ପରେ ବ୍ରଜେଶ ଠାକୁରର ଭାଗ୍ୟ ଖୁବ୍‌ ଚମକିଲା । ଠାକୁର 3ଟି ଖବରକାଗଜ ଆରମ୍ଭ କଲା, ଯେଉଁଥିରେ ଇଂରାଜୀ ଓ ଉର୍ଦ୍ଦୁର ଖବରକାଗଜ ବି ଥିଲା । କିନ୍ତୁ ସେ ସବୁକୁ ନିଜ ପୁଅ ଝିଅଙ୍କୁ ବୁଝିବାକୁ ଦେଇଦେଲା । 5 ବର୍ଷ ପୂର୍ବରୁ ସେ ଏନ୍‌ଜିଓ ଦୁନିଆରେ ପ୍ରବେଶ କଲା ଆଉ ସାମ୍ବାଦିକ ହେବା ଫଳରେ ସରକାରୀ ଠିକା ଓ ବିଜ୍ଞାପନ ହାତେଇ ମୁଜାଫରପୁର ଓ ପାଟନାରେ ନିଜର ଦବଦବା କରିନେଲା ।

ସେଲ୍‌ଟର ହୋମ ଆଢୁଆଳରେ ଘୃଣ୍ୟ କାରନାମା

2013ରେ ଠାକୁର ନିଜ ଏନ୍‌ଜିଓ ସେବା ସଂକଳ୍ପ ଓ ବିକାଶ ସମିତି ଆରମ୍ଭ କଲା । ତାକୁ ମୁଜାଫରପୁରରେ ବିହାର ସରକାରଙ୍କ ପକ୍ଷରୁ ପରିଚାଳିତ ସେଲ୍‌ଟର ହୋମ୍‌ ପରିଚାଳନା କରିବାକୁ ଠିକା ମିଳିଗଲା । ଠାକୁର ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହ ହାତ ମିଶାଇଲା ଯିଏ ଶିଶୁ ଆଶ୍ରୟ ଗୃହର ନିରୀକ୍ଷଣ କରନ୍ତି । ସରକାର ଓ ପ୍ରଶାସନ ସହ ସେଟିଂ କରିବା ପରେ ବ୍ରଜେଶ ସରକାରୀ ଟଙ୍କାରେ ସେଲ୍‌ଟର ହୋମ୍‌ ଚଳାଇବା ଆଢୁଆଳରେ ଅସହାୟ ଝିଅ ମାନଙ୍କ ସହ ଦୁଷ୍କର୍ମ କରିବା ଓ କରାଇବାର ସବୁ ସୀମା ପାର୍‌ କରୁଥିଲା । ସେଲ୍‌ଟର ହୋମ୍‌ରେ ରହୁଥିବା 42 ଜଣ ଝିଅଙ୍କ ମଧ୍ୟରୁ 32 ଜଣଙ୍କ ସହ ଦୁଷ୍କର୍ମ ହୋଇଥିବା ପରୀକ୍ଷାର ଜଣାପଡ଼ିଛି । ଏଠାକୁ ବହୁ ନେତା, ମନ୍ତ୍ରୀ ଓ ବଡ଼ ଅଫିସର ଆସୁଥିଲେ ।

ମନ୍ତ୍ରୀଙ୍କ ସ୍ବାମୀ ବି ଆସୁଥିଲେ ସେଲ୍‌ଟର ହୋମ୍‌
ବାଳିକା ଗୃହର ଝିଅମାନେ ନିଜ ବୟାନରେ ହଣ୍ଟର ବାଲା ଅଙ୍କଲ ବା ବ୍ରଜେଶ ଠାକୁର ଓ ନିଶ ବାଲା ଅଙ୍କଲକୁ ଛାଡ଼ି ଜଣେ ନେତାଜୀଙ୍କ ବାବଦରେ ମଧ୍ୟ ବୟାନ ଦେଲେ । ଏହି ମାମଲାରେ ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ବାମୀ ଚନ୍ଦ୍ରେଶ୍ବର ବର୍ମାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏଥିପାଇଁ ମଞ୍ଜୁଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଲା । ସ୍ବାମୀ ଚନ୍ଦ୍ରେଶ୍ବରଙ୍କୁ ଜେଲ୍‌ ଯିବାକୁ ହେଲା । ଏବେ ଏହି ମାମଲାରେ ଚାର୍ଜସିଟ୍‌ ପ୍ରସ୍ତୁତ ହେବା ପରେ ସବୁ ଅଭିଯୁକ୍ତଙ୍କ ସମସ୍ୟା ବଢ଼ିଯାଇଛି ।

Related Posts