କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ଆଜି ତାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିସହିତ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ପଶ୍ଚିମଓଡିଶାରୁ ମୁଖ୍ୟମନ୍ତ୍ରୀ ଲଢ଼ିପାରନ୍ତି ବୋଲି କିଛିଦିନ ତଳେ ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ନବୀନ ଗଞ୍ଜାମର ହିଞ୍ଜିଳି ସହିତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ଅନ୍ୟପକ୍ଷରେ କିଛି ଦିନ ତଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହା ସହ ଦଳ ତାଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରିବ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା। ଗଣିତ ନ ଛିଡ଼ିବାରୁ ସନ୍ତୋଷ ସିଂହ ସାଲୁଜା ବିଜେଡିରେ ସାମିଲ ହୋଇନଥିଲେ। ଏସବୁ ଭିତରେ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ନବୀନ ପଶ୍ଚିମ ଓଡ଼ିଶାର ବିଜେପୁରରୁ ଲଢ଼ିଥିଲେ। ହେଲେ ପରେ ସେ ଆସନ ଛାଡ଼ି ଦେଇଥିଲେ। ପରେ ସେଠାରେ ଉପ-ନିର୍ବାଚନ ହୋଇଥିଲା।

Related Posts