
ଭୁବନେଶ୍ୱର,୧୭/୭(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଏଥର ସରକାର ଗଢ଼ିବାରେ ସଫଳ ହୋଇ ନ ଥିବା ବିଜେଡି ୫o ବିଧାନସଭା ଆସନ ପାଇଛି । ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ପଦରେ ବସିଛନ୍ତି । ଆରମ୍ଭରୁ ସରକାରରେ ରହି ଆସିଥିବା ବିଜେଡିକୁ ବିରୋଧୀ ଦଳରେ ରହିବା କଷ୍ଟକର ହୋଇଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ସରକାରରେ ରହିବାର ଅନୁଭବ ଦେବାକୁ ବୋଧହୁଏ ଚାହିଁଛନ୍ତି ନବୀନ । ସେ ଦଳର ସମସ୍ତ ବିଧାୟକଙ୍କ ହାତରେ ସରକାରୀ ବିଭାଗଗୁଡ଼ିକର ମନିଟରିଂ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଅବଶ୍ୟ ନବୀନ ନିଜ ପାଖରେ କୌଣସି ବିଭାଗର ମନିଟରିଂ ଦାୟିତ୍ୱ ରଖିନାହାନ୍ତି । ଗୋଟିଏ ଗୋଟିଏ ବିଭାଗକୁ ତିନି ତିନି ଜଣ ବିଧାୟକଙ୍କ ଦାୟିତ୍ୱରେ ଛଡ଼ାଯାଇଛି ।
କେଉଁ ବିଧାୟକଙ୍କୁ କେଉଁ ବିଭାଗ
୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ଆଠଗଡ଼)- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
୨. ପ୍ରମିଳା ମଲ୍ଲିକ(ବିଂଝାରପୁର)- ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର
୩. ବଦ୍ରିନାରାୟଣ ପାତ୍ର- ମହିଳା ଓ ଶିଶୁ କଲ୍ୟାଣ
୪. ନିରଞ୍ଜନ ପୂଜାରୀ(ଘଷିପୁରା)- ଗୃହ, ଖାଦ୍ୟ ଯୋଗାଣ ଏବଂ ଖାଉଟୀ କଲ୍ୟାଣ
୫. ଅଶ୍ୱିନୀ କୁମାର ପାତ୍ର(ଜଳେଶ୍ୱର)- ବୟନ ଓ ହସ୍ତତନ୍ତ
୬. ପ୍ରତାପ କେଶରୀ ଦେବ(ଆଳି)- ସାଧାରଣ ପ୍ରଶାସନ,ସାଧାରଣ ଅଭିଯୋଗ
୭. ଅରୁଣ କୁମାର ସାହୁ(ନୟାଗଡ଼)- ଜଳସମ୍ପଦ
୮. ଶାରଦା ପ୍ରସାଦ ନାୟକ(ରାଉରକେଲା)- ଶିଳ୍ପ
୯. ପ୍ରସନ୍ନ ଆଚାର୍ଯ୍ୟ(ରେଢ଼ାଖୋଲ)- ଅର୍ଥ ଏବଂ ସାଧାରଣ ଉଦ୍ୟୋଗ
୧୦. ବ୍ରଜ କିଶୋର ପ୍ରଧାନ(ତାଳଚେର)- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ
୧୧. ରାଜେନ୍ଦ୍ର ଢ଼ୋଲକିଆ(ନୂଆପଡ଼ା)- ବିଦ୍ୟାଳୟ ଏବଂ ଗଣଶିକ୍ଷା
୧୨. ମନୋହର ରାନ୍ଧାରି(ଡ଼ାବୁଗାଁ)- ଆଦିବାସୀ ବ୍ୟାପାର
୧୩. ଯୋଗେଶ କୁମାର ସିଂ(ସୁନ୍ଦରଗଡ଼)- ଆଦିବାସୀ କଲ୍ୟାଣ
୧୪. ବ୍ୟୋମକେଶ ରାୟ(ଚାନ୍ଦବାଲି)- ପୂର୍ତ୍ତ
୧୫. ଦିବ୍ୟଶଙ୍କର ମିଶ୍ର(ଜୁନାଗଡ଼)- ଶକ୍ତି
୧୬. ଗଣେଶ୍ୱର ବେହେରା(କେନ୍ଦ୍ରାପଡ଼ା)- ଇସ୍ପାତ ଓ ଖଣି
୧୭. ବର୍ଷା ସିଂହ ବରିହା(ପଦ୍ମପୁର)- ମିଶନ ଶକ୍ତି
୧୮. ସନାତନ ମହାକୁଡ଼(ଚମ୍ପୁଆ)- କୃଷି ଓ କୃଷକ ସଶକ୍ତିକରଣ
୧୯. ସଞ୍ଜିବ କୁମାର ମଲ୍ଲିକ(ଭଣ୍ଡାରିପୋଖରୀ)- ଏମଏସଏମଇ
୨୦. କଳିକେଶ ନାରାୟଣ ସିଂହଦେଓ(ବଲାଙ୍ଗୀର)- ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
୨୧. ଅଧିରାଜ ମୋହନ ପାଣିଗ୍ରାହୀ(ଖରିଆର)- ଆଇନ
୨୨. ପ୍ରଦୀପ କୁମାର ଦିଶାରି(ଲାଞ୍ଜିଗଡ଼)- ଅନୁସୂଚିତ ଜାତି ବ୍ୟାପାର
୨୩. ଚକ୍ରମଣି କହଁର(ବାଲିଗୁଡ଼ା)- ଆଦିବାସୀ ବ୍ୟାପାର
୨୪. ଦେବୀରଂଜନ ତ୍ରିପାଠୀ(ବାଙ୍କୀ)- ଗ୍ରାମ୍ୟ ଉନ୍ନୟନ
୨୫. ସୌଭିକ ବିଶ୍ୱାଳ(ଚୌଦ୍ୱାର-କଟକ)- ଏସଏସଇପିଡି
୨୬. ପ୍ରଶାନ୍ତ ବେହେରା(ସାଲେପୁର)- ଅବକାରୀ
୨୭. ଧ୍ରୁବ ଚରଣ ସାହୁ(ରାଜନଗର)- ପର୍ଯ୍ୟଟନ
୨୮. ତୁଷାରକାନ୍ତି ବେହେରା(କାକଟପୁର)- ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
୨୯. ଅନନ୍ତ ନାରାୟଣ ଜେନା(ଭୁବନେଶ୍ୱର ମଧ୍ୟ)- ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି
୩୦. ସୁଶାନ୍ତ କୁମାର ରାଉତ(ଭୁବନେଶ୍ୱର ଉତ୍ତର)- କ୍ରୀଡ଼ା ଏବଂ ଯୁବ ବ୍ୟାପାର
୩୧. ବିଭୂତି ଭୂଷଣ ବଳବନ୍ତରାୟ(ଜଟଣୀ)- ବାଣିଜ୍ୟ ଏବଂ ପରିବହନ
୩୨. ରମେଶ ଚନ୍ଦ୍ର ବେହେରା(ଦଶପଲ୍ଲା)- ଉଚ୍ଚଶିକ୍ଷା
୩୩. ରୋହିତ ଯୋଶେଫ ତିର୍କୀ(ବୀରମିତ୍ରପୁର)- ସଂଖ୍ୟାଲଘୁ ବ୍ୟାପାର
୩୪. ସୁଦର୍ଶନ ହରିପାଲ(ରେଙ୍ଗାଲି)- ହସ୍ତତନ୍ତ
୩୫. ରୋମାଞ୍ଚ ରଞ୍ଜନ ବିଶ୍ୱାଳ(ଦେବଗଡ଼)- ଯୋଜନା
୩୬. ଅଭିମନ୍ୟୁ ସେଠୀ(ଆନନ୍ଦପୁର)- ପୂର୍ତ୍ତ
୩୭. ଗୌତମ ବୁଦ୍ଧ ଦାସ(ଭୋଗରାଇ)- ସୂଚନା ଓ ଲୋକସମ୍ପର୍କ
୩୮. ସୁବାସିନୀ ଜେନା(ବସ୍ତା)- ମତ୍ସ୍ୟ ଏବଂ ପଶୁ ସମ୍ପଦ
୩୯. ମାଧବ ଧଡ଼ା(ସୋରୋ)- ବିଜ୍ଞାନ ଏବଂ କାରିଗରୀ ବିଦ୍ୟା
୪୦. ବିଶ୍ୱ ରଞ୍ଜନ ମଲ୍ଲିକ(ବରୀ)- ଶ୍ରମ ଏବଂ ଇଏସଆଇ
୪୧. ସୁଜାତା ସାହୁ(ଯାଜପୁର)- ମିଶନ ଶକ୍ତି
୪୨. ନଳିନୀ କାନ୍ତ ପ୍ରଧାନ(ଆଠମଲ୍ଲିକ)- ଗୃହ ଓ ନଗର ଉନ୍ନୟନ
୪୩. ମନୋରମା ମହାନ୍ତି(ନର୍ଲା)- ମହିଳା ଓ ଶିଶୁ ବିକାଶ
୪୪. ଅରବିନ୍ଦ ମହାପାତ୍ର(ପାଟକୁରା)- ଇଲେକଟ୍ରୋନିକ୍ସ ଏବଂ ଆଇଟି
୪୫. ରମାକାନ୍ତ ଭୋଇ(ତିର୍ତ୍ତୋଲ)- ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ
୪୬. ସାରଦା ପ୍ରସନ୍ନ ଜେନା(ବାଲିକୁଦା-ଏରସମା)- ସମବାୟ
୪୭. ସୁନୀଲ କୁମାର ମହାନ୍ତି(ପୁରୀ)- ପର୍ଯ୍ୟଟନ
୪୮. ନବ କିଶୋର ମଲ୍ଲିକ(ଜୟଦେବ)-ଗ୍ରାମ୍ୟ ଉନ୍ନୟନ
୪୯. ପ୍ରଦୀପ କୁମାର ସାହୁ(ବେଗୁନିଆ)- ଗୃହ ଓ ନଗର ଉନ୍ନୟନ
୫୦. ରୂପେଶ କୁମାର ପାଣିଗ୍ରାହୀ(ପାରଳାଖେମୁଣ୍ଡି)- ବିଦ୍ୟାଳୟ ଏବଂ ଗଣଶିକ୍ଷା