ଭୁବନେଶ୍ୱର: ଓଡ଼ିଶା ଆସିବେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆସନ୍ତା ୮ ତାରିଖରେ ସେ ଓଡ଼ିଶା ଆସିବେ । ଏହି ଗସ୍ତ ସମୟରେ ସେ ଓଡ଼ିଶା ଆସି ବିଭିନ୍ନ ଦଳର ବିଧାୟକ ଓ ଏମ୍ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସେହିଭଳି ସେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବେ ବୋଲି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ମଙ୍ଗଳବାର କହିଛନ୍ତି।
ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଦ୍ରୌପଦୀ ସମସ୍ତ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି। ଏହି କ୍ରମରେ ସେ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନା ଯାଇସାରିଲେଣି। ଏବେ ଓଡ଼ିଶା ଗସ୍ତରେ ଆସିବା ପରେ ସେ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲ ସେ ମଧ୍ୟ କହିଛନ୍ତି ।
