କଲେଜ୍ କର୍ତ୍ତୃପକ୍ଷ ମତେ ସାତ ଲକ୍ଷ୍ୟ ଟଙ୍କା ଦେଇ ମାମଲା ଚପେଇ ଦେବାକୁ କହିଛନ୍ତି: ମୃତ ଛାତ୍ରୀଙ୍କ ପିତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାଲେଶ୍ଵରର ଏକ ଆବାସିକ କଲେଜ ରେ ଛାତ୍ରୀଙ୍କ ମୃତ୍ୟୁ ମାମଲା ଏକ ବଡ଼ ମୋଡ଼ରେ ପହଞ୍ଚିଛି । ମୃତକଙ୍କ ପିତା ପ୍ରତାପ ଚନ୍ଦ୍ର ବେହେରା ମିଡ଼ିଆ ସାମ୍ନାରେ ମଙ୍ଗଳବାର ଦିନ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି କି ତାଙ୍କ ଝିଅ ର ଆତ୍ମହତ୍ୟା ପରେ କଲେଜ୍ କତୃପକ୍ଷ ତାଙ୍କୁ ୭ଲକ୍ଷ୍ୟ ଟଙ୍କା ନେଇ ମାମଲା ଟିକୁ ଚାପି ଦେବାକୁ କହିଥିଲେ। ଏପରିକି ତାଙ୍କୁ ୨ଲକ୍ଷ୍ୟ ନଗଦ ଓ ୫ଲକ୍ଷ୍ୟ ର ଚେକ୍ ଦିଆଯାଇଛି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ତାଙ୍କ ଝିଅ ର ମୃତ୍ୟୁ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଝିଅ ୩ୟ ମହଲା ରେ ରହୁଥିବା ବେଳେ ୫ ମ ମହଲା ରୁ କିପରି ପଡ଼ିଲା ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବିସୋଇ ଅଞ୍ଚଳର ବାସିନ୍ଦା ତଥା ବାଲେଶ୍ବର ର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜର ଯୁକ୍ତ ୨ ଦ୍ଵିତୀୟ ବର୍ଷର ସାବିତ୍ରୀ ବେହେରା ନାମକ ଜଣେ ଛାତ୍ରୀ ୧୯ ମେ ରେ ହଷ୍ଟେଲ ବିଲଡିଂରୁ ଖସିପଡି ମୃତ୍ୟୁ ବରଣ କରିଥିଲେ।

Related Posts