ଚଣ୍ଡୀଗଡ଼: ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ଘଟଣାରେ ଏକାଧିକ ଲୋକଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଗତକାଲି ଆଉ ଏକ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଅଙ୍କିତ ସିର୍ସା । ଯିଏ ସିଦ୍ଧୁ ମୁସେୱରଲାଙ୍କୁ ଅତି ପାଖରୁ ଗୁଳି ମାରିଥିବା ତାକୁ ଗତକାଲି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା। ତେବେ ଅଙ୍କିତଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯିବା ପରେ ତାଙ୍କ ପରିବ‌ାର ଅଙ୍କିତଙ୍କୁ ଫାଶୀ ଦେବାକୁ କହିଛନ୍ତି।

ଅଭିଯୁକ୍ତ ଅଙ୍କିତଙ୍କ ଦାଦା ନବୀନ କହିଛନ୍ତି ଯେ ସରକାର ତାକୁ ଯାହା ଦଣ୍ଡ ଦେବେ ତାକୁ ଆମ ପାଇଁ ଗ୍ରହଣ କରିବୁ। ଆମେ ମୃତ୍ୟୁ ୱାରେଣ୍ଟରେ ମଧ୍ୟ ଦସ୍ତଖତ କରିବାକୁ ପ୍ରସ୍ତୁତ। ସେ ସାରା ଭାରତର ଲୋକମାନଙ୍କ ଆଗରେ ଆମକୁ ଅପମାନିତ କରିଛି। ଆମେ କାହିଁକି ତା’ ପାଇଁ ମନ ଦୁଃଖ କରିବୁ।

ଉ‌ଲ୍ଲେଖଯୋଗ୍ୟ, ରବିବାର ରାତି ପ୍ରାୟ ୧୧ଟା ସମୟରେ ପୋଲିସ ଟିମ୍ ଅଙ୍କିତଙ୍କୁ ଗିରଫ କରିଥିଲା। ତେବେ ଅଙ୍କିତ ସିର୍ସା ଚାରିମାସ ପୂର୍ବରୁ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗରେ ଯୋଗ ଦେଇଥିଲା। ସେ ୯ମ ପାସ୍ କରିବା ପରେ ଅପରାଧର ଅନ୍ଧକାରକୁ ଠେଲି ହୋଇ ଆସିଥିଲା।