ୟୁପି ପଲିଟିକ୍ସ; ମହିଳାମାନେ ପୃଥକ ଭାବରେ ଭୋଟ ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଶାସକ ଦଳକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ପ୍ରଦେଶରେ କେବଳ ବିକାଶ ପ୍ରସଙ୍ଗ ଉପରେ ଲଢ଼ିବା ଆବଶ୍ୟକ । କଂଗ୍ରେସ ଉତ୍ତରପ୍ରଦେଶରେ ଭୁଲ ପ୍ରସଙ୍ଗ ଉଠାଇ ରାଜନୀତି କରିବା ପାଇଁ ମନା କରିଦେଇଛି । ଏହା ସହ ଉତ୍ତରପ୍ରଦେଶରେ ମହିଳାମାନେ ଏକ ପୃଥକ ଭାବରେ ଭୋଟ ଦେବା ଉଚିତ ।

ବର୍ତ୍ତମାନ ସେମାନଙ୍କର ଅଧିକାର ବୁଝିବା ଏବଂ ଉପଯୁକ୍ତ ସ୍ଥାନ ଦାବି କରିବାର ସମୟ ଆସିଯାଇଛି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି ସେମାନଙ୍କର ଭୋଟ୍ ବ୍ୟାଙ୍କକୁ ମଜବୁତ କରୁଥିବାରୁ ପୋଲାରାଇଜେସନ୍ ପସନ୍ଦ କରନ୍ତି। ବିଜେପିକୁ ପୋଲାରାଇଜେସନର ଫାଇଦା ନେବାକୁ ରୋକିବା ପାଇଁ ରାଜ୍ୟବାସୀଙ୍କୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି କଂଗ୍ରେସ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

Related Posts