ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍ ପେପର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାମ ନେଉ ନାହିଁ । ଏହା ମଧ୍ୟରେ ଜୟପୁର ବିକ୍ଷୋଭରେ ଅଭିଜିତ୍ ଦୀପକେଙ୍କୁ ଆକ୍ରମଣ ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଅଭିଜିତ୍ଙ୍କୁ କିଛି ଲୋକ ସେମାନଙ୍କ କାନ୍ଧରେ ଟେକି ନେଉଥିବା ସମୟରେ ସମ୍ପୃକ୍ତ ଯୁବକ ଚାପୁଡ଼ା ମାରିଥିଲା। ଏହି ଘଟଣା ପରେ ଅଭିଜିତଙ୍କ ସମର୍ଥକମାନେ ଯୁବକଙ୍କୁ ଧରି ମାଡ଼ ମାରିଥିଲେ। ନିକଟରେ ଉପସ୍ଥିତ ପୁଲିସ ଏଥିରେ ହସ୍ତକ୍ଷେପ କରି ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲା। ପୁଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି।ସିଜେପି ନିଟ୍ ପ୍ରଶ୍ନପତ୍ର ଲିକ୍, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ବେରୋଜଗାର ବିରୋଧରେ ପ୍ରଦର୍ଶନ କରିଥିଲେ।
ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। କାର୍ୟ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ର, ଯୁବକ, ଅଭିଭାବକ ଓ ମହିଳା ସାମିଲ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଅଭିଜିତ ଦୀପ୍କେ ସହିଦ ସ୍ମାରକ ପହଞ୍ଚିବା ପରେ ତାଙ୍କୁ ସମର୍ଥକ କାନ୍ଧରେ ଉଠାଇ ନେଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଅଭିଜିତଙ୍କ ନିକଟରେ ପହଞ୍ଚି ତାଙ୍କୁ ଚାପୁଡ଼ା ମାରିଥିଲା। ଏହାପୂର୍ବରୁ ମଧ୍ୟ ବିକ୍ଷୋଭ ସ୍ଥଳରେ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା।
