ପାଞ୍ଚ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ସତ୍ୟପାଠ ବ୍ୟୁରୋ : ରବିବାର ରାଷ୍ଟ୍ରପତିଙ୍କ ଦ୍ବାରା ୫ ଜଣ ରାଜ୍ୟପାଳଙ୍କୁ ନୂଆ ସ୍ଥାନରେ ନିଯୁକ୍ତି କରାଯାଇଛି। ଏଥିସହ କଲରାଜ ମିଶ୍ରଙ୍କୁ ରାଜସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। କଲରାଜଙ୍କ ସ୍ଥାନରେ ବଣ୍ଡାରୁ ଦତ୍ତତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି।

ଏହା ବ୍ୟତୀତ ଭଗତ ସିଂହ କୋଶୟାରୀଙ୍କୁ ମହରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି। ସେହିପରି ଆରିଫ ମହମ୍ମଦ ଖାନଙ୍କୁ କେରଳର ନୂଆ ରାଜ୍ୟପାଳ ଭାବେ ଦାୟିତ୍ବ ଦିଆଯାଇଛି। ତାମିଲିସାଇ ସୌନ୍ଦରରାଜନଙ୍କୁ ତେଲେଙ୍ଗାନାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି।

Related Posts