
ସତ୍ୟପାଠ ବ୍ୟୁରୋ : ‘ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ୍ କାର୍ଡ’ ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି। ଏଣିକି ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ୍ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର ଯେକୌଣସି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ହିତାଧିକାରୀମାନେ ରାସନ ନେଇ ପାରିବେ।
ଯେଉଁଠି ରହିଲେ ବି ଗୋଟିଏ ରାସନ କାର୍ଡ କାମ ଦେବ। ରାଜ୍ୟର ଯେ କୌଣସି ରାସନ ସାମଗ୍ରୀ କେନ୍ଦ୍ରରୁ ହିତାଧିକାରୀମାନେ ଚାଉଳ, ଗହମ ଓ କିରୋସିନ୍ ପାଇପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀଙ୍କୁ ଏହି ସୁବିଧା ମିଳିବ। ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରୁ ଏହାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି।