ସାବଧାନ ଗାଡ଼ି ଚାଳକ ! ଆଜିଠୁ ନୂଆ ନିୟମ

ଭୁବନେଶ୍ୱର: ସାବଧାନ ଗାଳି ଚାଳକ । ଆଜିଠୁ ରାଜ୍ୟରେ କଡ଼ାକଡ଼ି ହେଉଛି ନୂଆ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ଆଇନ କୋହଳ ସମୟ ସରିଛି । ଏଣିକି ଟ୍ରାଫିକ ନିୟକ ଭାଙ୍ଗିଲେ ମାର୍ଚ୍ଚ ପହିଲାରୁ ଗଣିବେ ମୋଟା ଅଙ୍କର ଜରିମାନା ।

ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ ପାଖରେ ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ୨ଚକିଆ ଯାନ ଆରୋହୀ ହେଲମେଟ, ଓଭରଲୋଡ଼ିଂ ମନା, ମଦ ପିଇ ଗାଡ଼ି ଚାଳନା ମନା , କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । 

୨୦୧୯ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଏହାକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଥିଲା । ତେଣୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଉପରେ ୬ ମାସ କୋହଳ କରାଯାଇଥିଲା । ଆଜିଠାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଜୋରଦାର ଆରମ୍ଭ କରାଯିବ । ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ନିସ୍ତାର । 

Related Posts